www.samajalive.in
Saturday, December 6, 2025
23.1 C
Bhubaneswar

ସମ୍ମିଳିତ ଏବଂ ନିରନ୍ତର ପ୍ରଚେଷ୍ଟା ହିଁ ବାୟୁ ପ୍ରଦୂଷଣର କୁପ୍ରଭାବକୁ ରୋକିବାର ଚାବିକାଠି

ରାଉରକେଲା:  ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, ରାଉରକେଲାରୁ ଭାଗନେଇଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୨୪ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ରାଉରକେଲା ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ପାଞ୍ଚ ମାସ ବୃଦ୍ଧି ଘଟନ୍ତା। ଓଡ଼ିଶାରେ ରାଉରକେଲା ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ। କଳାକାରଖାନାରୁ ନିର୍ଗତ ଧୂଆଁ, କୋଇଲା ଖଣି, ରାସ୍ତାର ଧୂଳି ଏବଂ ଯାନବାହାନ ଓ ବିଭିନ୍ନ ନିର୍ମାଣ କାର୍ୟ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ ରାଉରକେଲା ଅଧିବାସୀଙ୍କର ଉଭୟ ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ଶିଳାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ ରାଉରକେଲା ଠାରେ ଅନୁଷ୍ଠିତ ହୋଇ ଥିବା ’’ ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?’’ ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ୟ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହେବ କି ବିଷୟରେ ନିଜ ମତ ରଖି ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ସହଯୋଗୀ ଗବେଷକ ରଙ୍ଗମନ ଡେକା କହିଥିଲେ ଯେ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ସତର ପ୍ରକାରର ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।

- Advertisement -

ଏହି କର୍ମଶାଳାରେ ରାଉରକେଲାସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଅଶୀରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ୟ୍ୟ ପରିଚାଳନା କରିଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଶାଖାର ପରିବେଶ ଯନ୍ତ୍ରୀ ଇଂ ବବିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories