www.samajalive.in
Sunday, December 7, 2025
15.1 C
Bhubaneswar

କାରରେ ଭୁବନେଶ୍ବର ଚାଲାଣ ସମୟରେ ୭୬ କେଜି ଗଞ୍ଜେଇ ଜବତ, ୩ ଗିରଫ

ମୋହନା  :  ଗଜପତି ଜିଲ୍ଲା ମୋହନା ବ୍ଳକ ସମେତ ରାୟଗଡା, ରା.ଉଦୟଗିରି, ନୁଆଗଡ ଆଦି ଅଞ୍ଚଳରୁ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରୁଛନ୍ତି। ତଥାପି ଚୋରା ଗଞ୍ଜେଇର ଭୁସ୍ୱର୍ଗ ପାଲଟିଥିବା ମୋହନା ବ୍ଳକରୁ ଗଞ୍ଜେଇ ଚୋରା ବେପାରୀଙ୍କ ପାଦୁର୍ଭାବ କମିବାର ନା ଧରୁନି। ପ୍ରତ୍ୟେକ ବର୍ଷ ଜିଲ୍ଲା, ରାଜ୍ୟ ଓ ଦେଶବାହାରକୁ ମଧ୍ୟ କୋଟି କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଲାଣ ହେବାର ନଜିର ରହିଛି।

ଏହି ପରିପେକ୍ଷୀରେ ଅଡବା ଥାନା ଅନ୍ତର୍ଗତ ଚୁଡଙ୍ଗପୁର ଓ ଅନ୍ତରବା ମଧ୍ୟବର୍ତୀ ମୁଖ୍ୟ ସଡକ ନିକଟରୁ ଆଜି ମଙ୍ଗଳବାର ସକାଳ ୪ଟା ସମୟରେ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ବିଶେଷ ସୁତ୍ରରୁ ଖବର ପାଇ ସଦଳବଳେ ଚଢାଉ କରିଥିଲେ। ସନ୍ଦେହ ଜନକ ଭାବେ ରାସ୍ତା କଡରେ କାରଟିକୁ କିଛି ଦୁରରେ ରଖି କଥାବାର୍ତା ହେଉଥିଲେ। ଗଜପତି ଜିଲ୍ଲା ରାୟଗଡ ବ୍ଳକର ମନୋନିତ ମାଳି (୨୯), କିଶୋର କୁମାର ପରିଚ୍ଛା(୪୫), ସଞ୍ଜିବ କୁମାର ପରିଚ୍ଛା (୨୭) ୩ଟି ଅଖା ବସ୍ତାରେ ୭୬.୨୦୦ କେଜି ଗଞ୍ଜେଇ ଚୁଡଙ୍ଗପୁର ଅଞ୍ଚଳରୁ ସଂଗ୍ରହ କରି ଭୁବନେଶ୍ୱର ଅଭିମୁଖେ ଚାଲାଣ କରିବାକୁ ସ୍ୱିଫ୍ଟ ଡିଜାଇର କାର ନଂ ଓଡି ୨୦ ୮୧୪୧କୁ ନିୟୋଜିତ କରିଥିଲେ।

- Advertisement -

ଏହି ସମୟରେ ଅଡବା ଥାନା ଅଧିକାରୀ ଓ କର୍ମଚାରୀ ପହଞ୍ଚି ସେମାନଙ୍କୁ ତଦନ୍ତ କରିବା ସମୟରେ କାର ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ମୋହନା ଥାନାରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅପରପକ୍ଷେ ମୋହନା ଓ ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୁଲିସ ଜବତ କରୁଥିବା ବେଳେ ଅବକାରୀ ବିଭାଗ ଚିର ନିଦ୍ରାରେ ଶୋଇଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କେବେ ମୋହନା ବ୍ଳକରୁ ଗଞ୍ଜେଇ ଲୋପ ପାଇବ ତାହା ଦେଖିବାକୁ ବାକି ରହିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories