ଜଣାପଡ଼ୁନି ଟ୍ରମ୍ପଙ୍କ ଯୋଜନା, ସେନାର ଯୁଗ୍ମ ଚିଫ୍ ଚେୟାରମ୍ୟାନ ବରଖାସ୍ତ

ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ପ୍ରଶାସନିକ ସ୍ଥରରେ ଅନେକ ଅଦଳ ବଦଳ କରିଛନ୍ତି। ଯଦିଓ ଆମେରିକାରେ ପ୍ରଶାସନ ବଦଳିବା ପରେ ବିଭିନ୍ନ ପ୍ରଶାସନିକ ପଦବୀରେ ଥିବା ଅଧିକାରୀମାନଙ୍କୁ ପରିବର୍ତ୍ତନ କରାଯିବା ପରମ୍ପରା ରହିଛି କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ଏଭଳି କିଛି ହୁଏନାହିଁ। ତେବେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସେନାର ଜଏଂଟ ଚିଫ୍ ଚେୟାରମ୍ୟାନ ଜେନେରାଲ ଚାର୍ଲ୍ସ କ୍ୟୁ.ବ୍ରାଉନ ଜୁନିୟରଙ୍କୁ ବରଖାସ୍ତ କରିଛନ୍ତି। ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ପରମ୍ପରାଗତ ଭାବେ ପ୍ରଶାସନ ବଦଳିବା ପରେ ବି ଦେଶର ଶୀର୍ଷ ସୈନ୍ୟ ଅଧିକାରୀଙ୍କୁ ଭୂମିକାରେ ପଦକ୍ଷେପ ନିଆଯାଏ ନାହିଁ। ଜେନେରାଲ ଚାର୍ଲ୍ସ କ୍ୟୁ.ବ୍ରାଉନ ଜୁନିୟର ଫୋର ଷ୍ଟାର ଯୁଦ୍ଧ ପାଇଲଟ ଅଟନ୍ତି।
Comments are closed.