www.samajalive.in
Saturday, December 6, 2025
15.1 C
Bhubaneswar

ଆଣ୍ଡ୍ରିଭା, ପାଓଲିନି ପରାସ୍ତ; ଗୌଫ୍, ମୁସେଟ୍ଟି ୪ର୍ଥ ରାଉଣ୍ଡରେ

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ଶନିବାର ୭ମ ଦିନରେ ସିଙ୍ଗଲ୍‌ସର ୩ୟ ରାଉଣ୍ଡ ମୁକାବିଲା ଖେଳାଯାଉଛି। ମହିଳା ସିଙ୍ଗଲ୍‌ସରେ ୩ୟ ସିଡ୍‌ କୋକୋ ଗୌଫ୍‌ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆମେରିକାର ଗୌଫ୍‌ ୬-୩, ୬-୧ ସେଟ୍‌ରେ ୨୮ନଂ ସିଡ୍‌ ପୋଲାଣ୍ଡର ମ୍ୟାଗ୍‌ଡାଲେନା ଫ୍ରେଚ୍‌ଙ୍କୁ ପରାସ୍ତ କରିଛନ୍ତି। ଗୌଫ୍‌ ଚଳିତବର୍ଷର ଫ୍ରେଞ୍ଚ୍‌ ଓପନ୍‌ ସହ ୨୦୨୩ ୟୁଏସ୍‌ ଓପନ୍‌ ଜିତିଛନ୍ତି। ୧୧ଶ ସିଡ୍‌ ଚେକ୍ ରିପବ୍ଲିକ୍‌ର କାରୋଲିନା ମୁଚୋଭା ୬-୭, ୬-୪, ୬-୨ ସେଟ୍‌ରେ ତାଙ୍କ ଦେଶର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୧୦ମ ସିଡ୍‌ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ୪ର୍ଥ ରାଉଣ୍ଡ​‌େ​‌ର ପହଞ୍ଚିଛନ୍ତି। ପ୍ରଥମ ଥର ୟୁଏସ୍‌ ଓପନ୍‌ର ୪ର୍ଥ ରାଉଣ୍ଡରେ ପହଞ୍ଚିଥିବା ମୁସେଟ୍ଟି ୨୪ନଂ ସିଡ୍‌ ତାଙ୍କ ଦେଶର ଫ୍ଲାଭିଓ କୋବୋଲିଙ୍କ ବିପକ୍ଷରେ ୬-୩, ୬-୨, ୨-୦ରେ ଆଗୁଆ ଥିବା ବେଳେ କୋବୋଲି ଆତ ହୋଇ ମ୍ୟାଚ୍‌ରୁ ଓହରି ଯାଇଥିଲେ।
ଶୁକ୍ରବାର ମହିଳା ସିଙ୍ଗଲ୍‌ସ ୫ମ ସିଡ୍‌ ମିରା ଆଣ୍ଡ୍ରିଭା, ୭ମ ସିଡ୍‌ ଜାସ୍ମିନ୍ ପାଓଲିନି ଓ ୧୦ମ ସିଡ୍‌ ଏମ୍ମା ନାଭାରୋ ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ରୁଷିଆର ଆଣ୍ଡ୍ରିଭାଙ୍କୁ ୭-୫, ୬-୨ ସେଟ୍‌ରେ ଆମେରିକାର ଟେଲର ଟାଉନ୍‌ସେଣ୍ଡ ପରାସ୍ତ କରିଛନ୍ତି। ଇଟାଲୀର ପାଓଲିନିଙ୍କୁ ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭନ୍ଦ୍ରୌସୋଭା ୭-୬, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ଆମେରିକାର ନାଭାରୋଙ୍କୁ ଚେକ୍‌ ରିପବ୍ଲିକ୍‌ର ବାର୍ବୋରୋ କ୍ରେସିକୋଭା ୩ଟି ସେଟ୍‌ରେ ପରାସ୍ତ କରିଛନ୍ତି। ୧୯ନଂ ସିଡ୍‌ ବେଲ୍‌ଜିୟମ୍‌ର ଏଲିଜ୍ ର୍ମଟେନ୍‌ସଙ୍କୁ ୩-୬, ୭-୫, ୬-୩ ସେଟ୍‌ରେ ସ୍ପେନ୍‌ର କ୍ରିଷ୍ଟିନା ବୁକ୍‌ସା ପରାସ୍ତ କରିଛନ୍ତି। ଟପ୍‌ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ୬-୩, ୭-୬ ସେଟ୍‌ରେ କାନାଡାର ଲିଲା ଫର୍ଣ୍ଣାଣ୍ଡେଜ୍‌ଙ୍କୁ ପରାସ୍ତକରି ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ଗତବର୍ଷ ଏଠାରେ ଫାଇନାଲ ଖେଳିଥିବା ଆମେରିକାର ଜେସିକା ପେଗୁଲା ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ୪ର୍ଥ ସିଡ୍‌ ପେଗୁଲା ୬-୧, ୭-୫ ସେଟ୍‌ରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରିଛନ୍ତି। ୯ମ ସିଡ୍‌ କାଜାଖ୍‌ସ୍ତାନର ଏଲିନା ରିବାକିନା ୬-୧, ୬-୨ ସେଟ୍‌ରେ ବ୍ରିଟେନ୍‌ର ଏମ୍ମା ରାଡୁକାନୁଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୨ୟ ସିଡ୍‌ ସ୍ପେନ୍‌ର କାର୍ଲୋସ ଆଲ୍‌କାରାଜ ୬-୨, ୬-୪, ୬-୦ ସେଟ୍‌ରେ ଇଟାଲୀର ଲୁସିଆନୋ ଡାର୍ଡେରିଙ୍କୁ ପରାସ୍ତ କରିଛନ୍ତି। ୪ର୍ଥ ସିଡ୍‌ ଆମେରିକାର ଟେଲର ଫ୍ରିଜ୍‌ ୪ଟି ସେଟ୍‌ରେ ସ୍ବିଜରଲାଣ୍ଡର ଜେରୋମ୍ କିମ୍‌ଙ୍କୁ ହରାଇଛନ୍ତି। ୨୪ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିବା ସର୍ବିୟାର ନୋଭାକ୍‌ ଜୋକାଭିକ୍‌ ୪ଟି ସେଟ୍‌ରେ ବ୍ରିଟେନ୍‌ର କାମେରନ୍ ନୋରିଙ୍କୁ ପରାସ୍ତ କରିଛନ୍ତି। ଏମାନଙ୍କୁ ଛାଡ଼ି ୬ଷ୍ଠ ସିଡ୍‌ ଆମେରିକାର ବେନ୍ ସେଲ୍‌ଟନ, ୧୭ନଂ ସିଡ୍‌ ଆମେରିକାର ଫ୍ରାନ୍‌ସେସ୍ ଟିଆଫୋ, ୨୦ନଂ ସିଡ୍‌ ଚେକ୍‌ ରିପବ୍ଳିକ୍‌ର ଜିରି ଲେହେକା, ୨୧ନଂ ଚେକ୍ ରିପବ୍ଳିକ୍‌ର ଟମାସ୍‌ ମାଚାକ୍‌ ପ୍ରମୁଖ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories