www.samajalive.in
Saturday, December 6, 2025
15.1 C
Bhubaneswar

ଫିଟ୍‌ନେସ ପରୀକ୍ଷା ଦେବେ ଗିଲ୍‌, ବୁମ୍‌ରା, ରୋହିତ, ସିରାଜ

ନୂଆଦିଲ୍ଲୀ:ଏସିଆ କପ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଭାରତୀୟ ଦଳ ୟୁଏଇ ଗସ୍ତ ପୂର୍ବରୁ କିଛି ଖେଳାଳିଙ୍କ ଫିଟ୍‌ନେସ ପରୀକ୍ଷା କରାଯିବ। ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ବ୍ୟାଟ୍‌ସମ୍ୟାନ ଶୁଭମନ ଗିଲ୍‌ ଫିଟ୍‌ନେସ ପରୀକ୍ଷା ଦେବେ। ଫିଟ୍‌ନେସ ପରୀକ୍ଷା ଦେବା ଲାଗି ବୁମ୍‌ରା ଓ ଗିଲ୍‌ ଶନିବାର ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ପହଞ୍ଚିଛନ୍ତି। ଗିଲ୍‌ ଅସୁସ୍ଥତା ପାଇଁ ଦୁଲୀପ ଟ୍ରଫି କ୍ରିକେଟର କ୍ବାର୍ଟର ଫାଇନାଲ ଖେଳିନଥିଲେ। ଗିଲ୍‌ ଉତ୍ତରାଞ୍ଚଳ ଅଧିନାୟକ ରହିଥିଲେ। ଗିଲ୍‌ ଓ ବୁମ୍‌ରା ବିସିସିଆଇ ସିଇଓ ନିକଟରେ ରିପୋର୍ଟ ଦାଖଲ କରିଥିବାବେଳେ ଫିଟ୍‌ନେସ ପରୀକ୍ଷା ଦେବେ। ସେହିପରି ଏସିଆ କପ୍ ଲାଗି ଭାରତୀୟ ଦଳର ଅଂଶ ନଥିଲେ ମଧ୍ୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ଫିଟ୍‌ନେସ ପରୀକ୍ଷା ଦେବେ। ଏ ନେଇ ଉଭୟେ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ପହଞ୍ଚିଛନ୍ତି। ଉଭୟେଙ୍କୁ ୟେ​‌ା ୟୋ ଓ ବ୍ରାଙ୍କୋ ଟେଷ୍ଟ ଦେବାକୁ ହେବ। ଯଦି ଉକ୍ତ ଫି୍‌ଟ୍‌ନେସ ପରୀକ୍ଷାରେ ରୋହିତ କୃତକାର୍ଯ୍ୟ ହୁଅନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ପାଇବେ। ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଚମ୍ପିଆନ୍‌ସ ଟ୍ରଫି ଫାଇନାଲ ପରେ ଆଉ ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories