www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନକୁ ଋଣ ଦିଆଯିବାରୁ ଟ୍ରମ୍ପ ପ୍ରଶାସନକୁ ଆମେରିକା ସାମରିକ ଅଧିକାରୀଙ୍କ ସମାଲୋଚନା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଦ୍ଵାରା ୧୦୦ କୋଟି ଡଲାରର ଋଣ ପ୍ରଦାନ କରାଯିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରଶାସନକୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନକୁ ଋଣ ଦିଆଯିବା କ୍ଷେତ୍ରରେ ଆମେରିକା ସହଯୋଗ କରିଥିଲା। ଏହାକୁ ନେଇ ଆମେରିକାର ବରିଷ୍ଠ ସାମରିକ ଅଧିକାରୀ ମାଇକେଲ ରୁବିନ ଟ୍ରମ୍ପ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନ ନିଜ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି। ଏହାକୁ ନେଇ ଭାରତ ପାକିସ୍ତାନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଉଥିବା ସମୟରେ ପାକିସ୍ତାନକୁ ଋଣ ଦିଆଯିବାକୁ ସେ ନାପସନ୍ଦ କରିଛନ୍ତି।

ରୁବିନ କହିଛନ୍ତି, ବର୍ତ୍ତମାନ ସମୟରେ ପାକିସ୍ତାନ ଚୀନ ଦ୍ଵାରା ଶାସିତ ହେଉଛି। ଚୀନର ନୀତି ଷ୍ଟ୍ରିଙ୍ଗ ଅଫ ପର୍ଲ ବା ମୁକ୍ତାର ମାଳି ମଧ୍ୟରେ ପାକିସ୍ତାନର ଗଦର ବନ୍ଦର ହେଉଛି ଚୀନ ପାଇଁ ପ୍ରକୃତ ମୁକ୍ତା।

- Advertisement -

ସେ ଆହୁରି କହିଛନ୍ତି, ୩ ଦିନ ଧରି ଚାଲିଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଛି। ନୂଆଦିଲ୍ଲୀ ଉପରେ ଆକ୍ରମଣ ଧମକ ଦେଇ ପାକିସ୍ତା ଭୁଲ କରିଛନ୍ତି। ଇସଲାମାବାଦ ବର୍ତ୍ତମାନ ଏକ ବୁଲା କୁକୁର ସହିତ ସମାନ। ପାକିସ୍ତାନ କେବଳ ଭାରତଠାରୁ ହାରିନାହିଁ, ବରଂ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି ବୋଲି ରୁବିନ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories