www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନକୁ ନେଇ ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

ସମାଜ ଡିଜିଟାଲ ଡେସ୍କ: ବୁଲଗେରିଆର ପ୍ରସିଦ୍ଧ ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ ବାବା ଭେଙ୍ଗା । ମୃତ୍ୟୁ ପୂର୍ବରୁ ସେ ଭବିଷ୍ୟତ ବର୍ଷ ଗୁଡିକ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ । କୋଭିଡ ମହାମାରୀ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ଏବେ ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ଓ ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

୨୦୨୫ ମସିହାରେ ଏକ ଯୁଦ୍ଧ ବିଷୟରେ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ସେ କହିଥିଲେ ଯେ ୨୦୨୫ ମସିହାରେ ଏପରି କିଛି ଘଟିବ ଯାହା ଦୁଇ ଦେଶ ମଧ୍ୟରେ ଏକ ବିନାଶକାରୀ ଯୁଦ୍ଧର କାରଣ ହେବ । ଏଭଳି ଲଢେଇ ଯୋଗୁ ବହୁ ଜୀବନ ହାନି ଏବଂ ସମ୍ପତ୍ତିର କ୍ଷତି ହେବ । ବାବାଙ୍କ ଏହି ଭବିଷ୍ୟବାଣୀକୁ ଭାରତ-ପାକିସ୍ତାନ ଉତ୍ତେଜନା ସହିତ ଯୋଡାଯାଇଛି । ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଛି । ପରିସ୍ଥିତିକୁ ଦେଖିଲେ ଲାଗୁଛି ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପରୁ କେବେ ବି ନିବୃର୍ତ୍ତ ରହୁନାହିଁ । ନିଜ ମାଟିରେ ଆତଙ୍କବାଦୀଙ୍କୁ ପୋଷୁଥିବାରୁ ଏହା ଉପରେ କ୍ଷୁବ୍ଧ ପ୍ରକାଶ କରିଛି ଭାରତ । ଭାରତର ସାଧାରଣ ଲୋକଙ୍କୁ ମାରି ପରେ ପରମାଣୁ ବୋମାର ଧମକ ଦେଉଛି ପାକିସ୍ତାନ ।

- Advertisement -

ଗବେଷଣା ଅନୁଯାୟୀ ପରମାଣୁ ଯୁଦ୍ଧ ହେଲେ, ୧୦କୋଟି ଲୋକ ମୃତ୍ୟୁବରଣ କରିବେ । ଯଦି ଭାରତ ୧୦୦ଟି ପରମାଣୁ କୌଶଳଗତ ଅସ୍ତ୍ର ବ୍ୟବହାର କରେ ଏବଂ ପାକିସ୍ତାନ ୧୫୦ଟି ବ୍ୟବହାର କରେ ତେବେ ଯୁଦ୍ଧର ପରବର୍ତ୍ତୀ ପ୍ରଭାବରୁ ୫କୋଟିରୁ ୧୨କୋଟି ୫୦ଲକ୍ଷ ଭଳି ଲୋକଙ୍କ ପ୍ରାଣହାନି ଘଟିବ । ଏହାପରେ ସାରା ବିଶ୍ୱରେ ବ୍ୟାପକ ଅନାହାର ଏବଂ ଲୋକଙ୍କ ମୃତ୍ୟୁ ହେବ । ଯୁଦ୍ଧ ପରେ ବର୍ଷା ହ୍ରାସ ପାଇବ ଏବଂ ପ୍ରାକୃତିକ ସମ୍ପଦ ଅନେକ ନଷ୍ଟ ହୋଇଯିବ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories