ଏ-ସାଟ’ର ପରୀକ୍ଷଣ ସଫଳ, ସ୍ୱୀକାର କଲା ଆମେରିକା ବାୟୁ ସେନା

0

ୱାଶିଂଟନ: ଭାରତ ଦ୍ୱାରା ବୁଧବାର ପରୀକ୍ଷା କରାଯାଇଥିବା ମହାକାଶରେ ସାଟେଲାଇଟ ଵିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ଆଣ୍ଟି ସାଟେଲାଇଟ’ର ପରୀକ୍ଷଣ ସଫଳ ହୋଇଥିବା ଆମେରିକା ବାୟୁ ସେନା ସ୍ୱୀକାର କରିଛି। ଆମେରିକା ବାୟୁସେନାର ମହାକାଶ ବିଭାଗର ଭାଇସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡେଭିଡ ଦି ଥମ୍ପସନ ଏହା କହିଛନ୍ତି।

ଅନ୍ୟ ପକ୍ଷରେ ଏଭଳି ସାଟେଲାଇଟ ଵିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ଆଣ୍ଟି ସାଟେଲାଇଟ’ ବ୍ୟବହାର ଦ୍ୱାରା ମହାକାଶରେ ଖଣ୍ଡ ବିଖଣ୍ଡିତ ଯନ୍ତ୍ରାଂଶ ଜମା ହେବ ଏବଂ ପରବର୍ତ୍ତୀ ସମୟରେ ମହାକାଶରେ ସମସ୍ୟା ସୃଷ୍ଟି କରିବ ବୋଲି ଆମେରିକା ପ୍ରତିରକ୍ଷା ସଚିବ ପାଟ୍ରିକ ସାନନ କହିଛନ୍ତି। ତେବେ ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ନିମ୍ନ କକ୍ଷରେ ପରୀକ୍ଷଣ କରିଥିବାରୁ ସାଟେଲାଇଟର ଭଙ୍ଗାରୁଜା ଅଂଶ ମହାକାଶରେ ରହିବ ନାହିଁ। ସେ ଉଦବେଗ ପ୍ରକାଶ କାରୀ ସମସ୍ତ ଦେଶକୁ ଆହ୍ୱାନ ଦେଇ କହିଛନ୍ତି, ଆମେ ଏହିଠାରେ ରହିବା ତେଣୁ ଆମେ ଏହାକୁ ସୁରକ୍ଷିତ ରଖିବା।

Leave A Reply