www.samajalive.in
Monday, December 15, 2025
27.1 C
Bhubaneswar

‘ପ୍ରଥମେ ଆମେରିକୀୟ’ ନୀତିରେ ବାଇଡେନ ଅଟଳ; କୋଭିଡ ଟିକା ଉପାଦାନ ଭାରତକୁ ମିଳିବ ନାହିଁ

ୱାଶିଂଟନ: ଭାରତକୁ ମିଳିବ ନାହିଁ କୋଭିଡ ଉତ୍ପାଦନ ପାଇଁ ଆବଶ୍ୟକ ଉପାଦାନ। ଆମେରିକା ଏହାର ରପ୍ତାନି ଉପରେ ଜାରି କରିଥିବା କଟକଣା ବଳବତ୍ତର ରଖିଛି। ‘ପ୍ରଥମେ ଆମେରିକୀୟ’ ନୀତିରେ ପରିବର୍ତ୍ତିତ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍। ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ କୋଭିଡ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ଉପାଦାନ ରପ୍ତାନି କରିବାକୁ ଭାରତୀୟ ଟିକା ଉତ୍ପାଦନକାରୀମାନେ ଆମେରିକାକୁ ଅନୁରୋଧ କରିଥିଲେ। ତେବେ ଆମେରିକା ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବାଇଡେନ ପ୍ରଶାସନ ପାଇଁ ଆମେରିକୀୟ ଜନସାଧାରଣଙ୍କ ସୁରକ୍ଷା ପ୍ରାଥମିକତା ହୋଇଛି। ଭାରତକୁ ଟିକା ପ୍ରସ୍ତୁତି ଉପାଦାନ ରପ୍ତାନି ଉପରେ ଜାରି କଟକଣା ଉଠାଇନେବା ସଂପର୍କରେ ଭାରତର ଅନୁରୋଧ ଉପରେ କଣ ବିଚାର କରାଯାଉଛି ବୋଲି ପଚାରିବାରୁ ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‍ ପ୍ରାଇସ କହିଛନ୍ତି, ଆମେରିକା ତାହାର ନାଗରିକଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନକୁ ଅଗ୍ରାଧିକାର ଦେଉଛି ଏବଂ ଏହି ପ୍ରୟାସରେ ସଫଳ ହୋଇଛି। ଆମେରିକାରେ ଏବେ ବ୍ୟାପକ ଟିକାକରଣ ଚାଲିଛି। ପ୍ରଥମତଃ ଆମେରିକୀୟଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ଏବଂ ଦ୍ୱିତୀୟରେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ଆମେରିକା ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛି। ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫୫୦,୦୦୦ରୁ ଅଧିକ ହୋଇଛି। କେବଳ ଆମେରିକାରେ କୋଟି କୋଟି ଲୋକ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଯଦି ଆମେରିକୀୟଙ୍କୁ ଟିକା ଦିଆନଯାଏ ତେବେ ଏଠାରେ ସଂକ୍ରମଣ ବ୍ୟାପିବ ଏବଂ ଏହାର ନୂଆ ମ୍ୟୁଟେସନ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକୁ ମଧ୍ୟ ଆକ୍ରାନ୍ତ କରିବ। ସୂଚନାଯୋଗ୍ୟ ଯେ ଜୋ ବାଇଡେନ ଏବଂ ତାଙ୍କ ପୂର୍ବ ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ଦେଶରେ ଯୁଦ୍ଧକାଳୀନ ପ୍ରତିରକ୍ଷା ଉତ୍ପାଦନ ଆଇନ ଲାଗୁ କରିଥିଲେ। ଯଦ୍ଦ୍ୱାରା ଆମେରିକୀୟ କମ୍ପାନୀଗୁଡିକ କୋଭିଡ ଟିକା ଏବଂ ପିପିଇ କେବଳ ଘରୋଇ ବ୍ୟବହାର ନିମନ୍ତେ ଉତ୍ପାଦନ କରୁଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories