www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରୁ ଦିନକରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟର ୧୭ ଜିଲାରେ ଦୈନିକ ସଂକ୍ରମଣ ସଂଖ୍ୟା ତିନିଅଙ୍କ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଜପତିରୁ ୯୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ କୋରାପୁଟ ୬୭, ଜଗତସିଂହପୁର ୬୫, ବାଲେଶ୍ୱର ୫୩, କେନ୍ଦ୍ରାପଡା ୪୭, ଭଦ୍ରକରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ବଉଦରୁ ୩୯, ଦେବଗଡ ୩୪, ଢେଙ୍କାନାଳ ୩୪, କନ୍ଧମାଳ ୨୬, ମାଲକାନଗିରି ୧୭, ସୁବର୍ଣ୍ଣପୁରରୁ ୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସୁନ୍ଦରଗଡରୁ ୭୮୮, ନୂଆପଡା ୫୫୯, ପୁରୀ ୩୯୫, କଳାହାଣ୍ଡି ୩୬୧, ଝାରସୁଗୁଡା ୩୪୩, କଟକ ୩୩୬, ବରଗଡରୁ ୨୯୦ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୨୬୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ବଲାଙ୍ଗୀରରୁ ୨୩୪, ନବରଙ୍ଗପୁର ୨୨୪, କେନ୍ଦୁଜର ୧୮୩, ସମ୍ବଲପୁର ୧୭୫, ଗଞ୍ଜାମ ୧୬୧, ଅନୁଗୁଳ ୧୪୧, ଯାଜପୁର ୧୩୩, ମୟୁରଭଞ୍ଜ ୧୨୨, ରାୟଗଡା ୧୧୬, ନୟାଗଡରୁ ୧୧୦ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories