www.samajalive.in
Saturday, December 6, 2025
16.1 C
Bhubaneswar

ନକ୍ସଲଙ୍କ ଦ୍ୱାରା ଟ୍ରେନ ଲାଇନଚ୍ୟୁତ; ୩୦ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ଋାୟପୁର: ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇଛନ୍ତି। ତେବେ ଏଥିରେ ଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସୁରକ୍ଷା ବାହିନୀ ଜବାନମାନେ ଏହି ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ନକ୍ସଲମାନେ ଅପହରଣ କରିନେଇଥିବା ଜଣେ ପୁଲିସ ଏସଆଇଙ୍କୁ ହତ୍ୟା କରିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ରେଳଧାରଣାରେ ଲୁହାପ୍ଲେଟ ରଖି ନକ୍ସଲମାନେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରିଥିଲେ। ତେବେ ସେଥିରେ ଯାତ୍ରା କରୁଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଭାନ୍‍ସି ଓ ବଚେଲି ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ଖବର ମିଳିବାପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଦନ୍ତେୱାଲା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଯେ ଯାତ୍ରୀମାନଙ୍କୁ ନିରାପଦ ଭାବରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories