www.samajalive.in
Wednesday, December 10, 2025
16.1 C
Bhubaneswar

ମୁକ୍ତିଲାଭ କଲା ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‍’ ର ଟ୍ରେଲର

ନୂଆଦିଲ୍ଲୀ : ଭାରତ ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‍’ ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ଆଦିତ୍ୟ ଧର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲଙ୍କ ଭଳି କଳାକାର ଏଥବରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଟ୍ରେଲରରେ ଆକ୍ସନ ଓ ଇମୋଶନ ଉଭୟ ଦେଖିବାକୁ ମିଳିଛି। ଭିକି କୌଶଲ ସୈନିକ ଭୂମିକାରେ ଅଭିନୟ କରିଛନ୍ତି। ୨ମିନିଟ୍‍ ୨୪ସେକେଣ୍ଡର ଏହି ଟ୍ରେଲର ଦେଶଭକ୍ତିର ଭାବନାକୁ ଜାଗ୍ରତ କରିଛି। ପଡ଼ୋଶୀ ଦେଶର ମନ୍ଦ ଉଦ୍ଦେଶ୍ୟକୁ ଅସଫଳ କରିବାକୁ ଯାଇ ସହିଦ୍‍ ହୋଇଥିବା ଯବାନମାନଙ୍କ ପରିବାରର ଦୁଃଖକୁ ମଧ୍ୟ ଜୀବନ୍ତ ଭାବେ ଦର୍ଶାଯାଇଛି।

- Advertisement -

ଏହି ଚଳଚ୍ଚିତ୍ର ୨ବର୍ଷ ପୂର୍ବେ କାଶ୍ମୀରର ଉରୀ ସେକ୍ଟରରେ ଭାରତୀୟ ସେନାବାହିନୀ ଶିବିର ଉପରେ ହୋଇଥିବା ଆକ୍ରମଣର ଉପରେ ଆଧାରିତ। ୨୦୧୯, ଜାନୁଆରୀ ୧୧ ତାରିଖରେ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍‍’ ମୁକ୍ତିଲାଭ କରିବ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories