www.samajalive.in
Saturday, December 6, 2025
17.1 C
Bhubaneswar

ସୋନଭଦ୍ରରେ ସୁନା ପରେ ମିଳିପାରେ ୟୁରାନିୟମ ଭଣ୍ଡାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲା ଅନ୍ତର୍ଗତ ସୋନ୍‌ ଏବଂ ହରଦୀ ପାହାଡ଼ରେ ସୁନାର ଭଣ୍ଡାର ମିଳିଛି। ଭୂତତ୍ଵ ବିଭାଗ ଅଧିକାରୀମାନେ ଏହାର ଠାବ କରିଥିବା ଦାବି କରିଛନ୍ତି। ଏହା ବ୍ୟତୀତ ଏହି ଅଞ୍ଚଳର ପାହାଡ଼ରେ ଏଣ୍ଡାଲୁସାଇଟ୍‌, ଲୌହ ଧାତୁ ଭଳି ଖଣିଜ ସମ୍ପଦ ମହଜୁଦ ରହିଥିବା କୁହାଯାଉଛି। ଏହି ଅଞ୍ଚଳର ଆଖପାଖରେ ଥିବା ପାହାଡ଼ଗୁଡ଼ିକରେ ବିଗତ ୧୫ ଦିନ ଧରି ହେଲିକପ୍ଟର ଜରିଆରେ ସର୍ବେକ୍ଷଣ କରାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ, ସର୍ଭେ ଜରିଆରେ ୟୁରାନିୟମର ସନ୍ଧାନ ମଧ୍ୟ କରାଯାଉଛି। ପାହାଡ଼ଗୁଡ଼ିକରେ ବହୁ ପରିମାଣରେ ୟୁରାନିୟମ ଗଚ୍ଛିତ ଥିବାର ସମ୍ଭାବନା ରହିଥିବା ଅଧିକାରୀମାନଙ୍କଠାରୁ ସୂଚନା ମିଳିଛି।

ହରଦୀ ପାହାଡ଼ରେ ସୁନା ପଥର ମହଜୁଦ ଥିବା ନେଇ ଗତ ୨୦ ବର୍ଷ ଧରି ଭୂତତ୍ଵ ଏବଂ ଖଣି ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ସୋନ ପାହାଡ଼​‌ରେ ଅଧିକାରୀମାନେ ସର୍ଭେ ଜାରି ରଖିଥିବାବେଳେ ଏଠାରେ ୨୯୪୩.୨୬ ଟନ୍‌ ଏବଂ ହରଦୀ ପାହାଡରେ ୬୪୬.୧୪ କିଲୋଗ୍ରାମ ଓଜନର ସୁନା ରହିଥିବା ଜଣାପଡ଼ିଛି। ଉତ୍‌ଖନନ ଅଧିକାରୀ କେ. କେ. ରାୟ କହିଛନ୍ତି ଯେ, ସେନା ଏବଂ ହରଦୀ ପାହାଡ଼ରେ ସୁନା ଧାତୁ ଗଚ୍ଛିତ ଥିବା ଅଞ୍ଚଳର ଡିମାର୍କେଶନ କାର୍ଯ୍ୟ ଜାରି ରହିଛି। ୩ ଦିନ ଭିତରେ ଏହା ଶେଷ ହୋଇଯିବ। ଏହା ଫଳରେ ଜଣାପଡ଼ିବ ଯେ ଏହି ଅଞ୍ଚଳ ଜଙ୍ଗଲ ବିଭାଗ କିମ୍ବା ରାଜସ୍ବ ବିଭାଗ ଅଧୀନରେ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories