www.samajalive.in
Saturday, December 6, 2025
26.1 C
Bhubaneswar

ଧାମରାକୁ ବିଶ୍ୱସ୍ତରୀୟ ଅର୍ଥନୈତିକ ଜୋନ ଘୋଷଣା କେବେ ?

ଧାମରା: ଧାମରାକୁ ବିଶ୍ୱସ୍ତରୀୟ ଅର୍ଥନୈତିକ ଜୋନ ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦିହାନୀ। ୨୦୧୮ ଫେବୃଆରୀ ମାସରେ ଏହି ଏସଇଜେଡ ପାଇଁ ଆସିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପଦାଧିକାରୀ ଦଳ ଧାମରାକୁ କ୍ଷେତ୍ରୀୟ ପରିଦର୍ଶନ ରେ ଆସିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବରେ ଧାମରା ଏବଂ ପାରାଦ୍ୱୀପ ବନ୍ଦରକୁ ଯୋଡିବା ପାଇଁ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଏହାଦ୍ୱାରା ଧାମରା ଏବଂ ପାରାଦ୍ୱୀପକୁ ସଡକ ଏବଂ ରେଳପଥରେ ଯୋଡିବା ସହ ଏହି ୨ବନ୍ଦର ମଧ୍ୟରେ ଥିବା ଅସମାନତାକୁ ଦୂର କରାଯାଇ ପାରିବା। ଧାମରା ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା।

ଏହି କ୍ଷେତ୍ରୀୟ ପରିଦର୍ଶନରେ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗର ଆଞ୍ଚଳିକ ନିର୍ଦେଶକ ଜି ମୁରଗାସନ, ତତକାଳୀନ ଭଦ୍ରକ ଡିଏଫଓ, ପୂର୍ବତନ ଚାନ୍ଦବାଲି ରେଞ୍ଜ ଅଫିସର ଅରୁଣ କୁମାର ବେହେରା, ପୂର୍ବତନ ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦ,ସୁପରଭାଇଜର ଦାଶରଥି ଦାସ, ରାଜ୍ୟ ସରକାରଙ୍କ ଇଡକୋ ଅଫିସର ୮ଜଣ ଉଚ୍ଚ ପଦାଧିକାରୀ ଏବଂ ଭଦ୍ରକ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଆସି କଇଥଖୋଲା ଆର ଆଇଙ୍କ ଅଧିନରେ ଥିବା କିଶୋର ପ୍ରସାଦ ଏବଂ ଗୌରପ୍ରସାଦର ବିସ୍ତୀର୍ଣ ସରକାରୀ ଜମି ଦେଖିବା ସହ ଏହି ଅଞ୍ଚଳର ସ୍କେଚ ମ୍ୟାପ ନେଇ ମାପ ଚୁପ କରିଥିଲେ।

- Advertisement -

ଏହି ଅଞ୍ଚଳ ସମୁଦ୍ରର ନିକଟବର୍ତୀ ଅଞ୍ଚଳ ହୋଇଥିବାରୁ ସଂପୃକ୍ତ ଅଞ୍ଚଳ ସମୁଦ୍ର ପରିସୀମା ଠାରୁ ସଂପୂର୍ଣ୍ଣ ଜୁଆର ସମୟରେ କେତେ ଅଞ୍ଚଳ ଜଳାର୍ଣବ ହେଉଛି ତାହାର ବିବରଣୀ ନେଇଥିଲେ। ଏହି ସଂପୂର୍ଣ୍ଣ ଜୁଆର ପରିସୀମା ଠାରୁ ୫ଶହ ମିଟର ପରେ ଥିବା ଅଞ୍ଚଳ ଗୁଡିକୁ କେନ୍ଦ୍ର ସରକାର ନିଜ ଅଧିନକୁ ନେବେ ବୋଲି ଜଣାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ସହଜରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ମତପୋଷଣ କରିଥିଲେ। ଏହି ଜମି ବର୍ତ୍ତମାନ ଜଙ୍ଗଲ ପରିବେଶ ବିଭାଗ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ଏ ନେଇ କିଛି ଅସୁବିଧା ଉପୁଜିବ ନାହିଁ ବୋଲି ପରିବେଶ ବିଭାଗର ନିର୍ଦ୍ଦେଶକ ଜି.ମୁରଗାସନ ନିଜ ମତ ରଖିଥିଲେ। ଆଗାମୀ ଦିନରେ ଏନେଇ ଏକ ସ୍ୱତନ୍ତ୍ର ଦଳ ଧାମରା ଅଞ୍ଚଳ ଗସ୍ତ କରିବେ ବୋଲି ସେ କହିଥିଲେ। ଆସିଥିବା ଇଡକୋର ପଦାଧିକାରୀ ନିଜର ମତାମତରେ କହିଥିଲେ ଏହି ଅର୍ଥନୈତିକ ଜୋନ ପ୍ରତିଷ୍ଠା ହୋଇ ପାରିଲେ ବନ୍ଦର ବନ୍ଦର ମଧ୍ୟରେ ମାଲ ପରିବହନକୁ ନେଇ ଉପୁଜୁଥିବା ସମସ୍ତ କଥା ସମାଧାନ ହେବା ସହ ସମୟର ଅପଚୟ ରକ୍ଷା ହୋଇ ପାରିବ ଏବଂ ଭାରତୀୟ କମ୍ପାନୀ ମାନେ ନିଜର ଉତ୍ପାଦନ କରୁଥିବା ସମସ୍ତ ସାମଗ୍ରୀ ଗୁଡିକୁ ସାରା ବିଶ୍ୱରେ ହେଉଥିବା ପ୍ରତିଦ୍ୱନ୍ଦିତାରେ ଭାଗ ନେଇ ପାରିବେ ବୋଲି କହିଥିଲେ। ଖୁବଶୀଘ୍ର ଏହି ଅର୍ଥନୈତି ଜୋନ ପ୍ରତିଷ୍ଠା ହେବ ବୋଲି ସମସ୍ତ ପଦାଧିକାରୀ ମତପୋଷଣ କରିଥିଲେ। ଏହି କ୍ଷେତ୍ରୀୟ ପରିଦର୍ଶନ କୁ ଇତି ମଧ୍ୟରେ ଦୀର୍ଘ ୨ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏନେଇ କୌଣସି ଖବର ଜିଲ୍ଲା ପ୍ରଶାସନ ପାଖରେ ନାହିଁ ବୋଲି ଜଣାଯାଇଛି। ତୁରନ୍ତ ଏହି ଏସଇଜେଡ ଜୋନ ଘୋଷଣା ହୋଇ ପାରିଲେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ରାଜସ୍ୱ ବହୁ ଗୁଣିତ ହେବା ସହ ଧାମରା ବିଶ୍ୱ ସ୍ତରୀୟ ମାନ୍ୟତା ପାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

 

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories