www.samajalive.in
Saturday, December 6, 2025
26.1 C
Bhubaneswar

ମୋବାଇଲ ୱାଲେଟ ନେଣଦେଣ ୫୩୧ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ : ୱାଲେଟ ନେଣଦେଣ ୨୦୧୯ରୁ ୨୦୨୩ ମଧ୍ୟରେ ୭୨.୧% ବାର୍ଷିକ ଅଭିବୃଦ୍ଧି (ସିଏଜିଆର୍‌) ହୋଇ ୨୦୨୩ରେ ୨୦୨.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଗ୍ଲୋବାଲ ଡାଟା ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ମୋବାଇଲ ୱାଲେଟର ଚଳନ ବଢ଼ୁଥିବା ବେଳେ ଏହା ପାରମ୍ପରିକ ନଗଦ ଓ କାର୍ଡ ନେଣଦେଣକୁ ପଛରେ ପକାଇ ପ୍ରାଥମିକ ନେଣଦେଣର ବିକଳ୍ପ ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି।

ଆସନ୍ତା କିଛି ବର୍ଷରେ ଭାରତରେ ମୋବାଇଲ ୱାଲେଟ ମାଧ୍ୟମରେ ନେଣଦେଣ ବୃଦ୍ଧି ପାଇ ୨୦୨୮ ସୁଦ୍ଧା ୫୩୧.୮ ଲକ୍ଷ କୋଟି ଟଙ୍କା ଟପିବା ଆଶା କରାଯାଉଛି। ୨୦୨୪ରୁ ୨୦୨୮ ମଧ୍ୟରେ ବାର୍ଷିକ ୧୮.୩% ଅଭିବୃଦ୍ଧି ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଗ୍ଲୋବାଲ ଡାଟାର ରିପୋର୍ଟ ଅନୁଯାୟୀ ୨୦୧୯ରୁ ୨୦୨୩ ମଧ୍ୟରେ ମୋବାଇଲ ୱାଲେଟ ନେଣଦେଣ ୭୨.୧ଧ ବାର୍ଷିକ ଅଭିବୃଦ୍ଧି ହୋଇ ୨୦୨୩ରେ ୨୦୨.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଡିଜିଟାଲ ନେଣଦେଣ ଉପରେ ସରକାରଙ୍କ ପ୍ରଚେଷ୍ଟା ଫଳରେ ଏହି ଅଭିବୃଦ୍ଧି ହାସଲ କରାଯାଇଥିଲା। ମୋବାଇଲ ୱାଲେଟ ନେଣଦେଣରେ ସର୍ବାଧିକ ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ)ବ୍ୟବହାର କରାଯାଇଥିଲା। ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବହୁ ଶୀଘ୍ର ୟୁପିଆଇ ମାଧ୍ୟମରେ ଟଙ୍କା ଜମା ମେସିନ୍‌ରେ ଟଙ୍କା ଜମା ହୋଇପାରିବ ବୋଲି ଘୋଷଣା ହୋଇଥିଲା।

ଆରଟିଆଇରେ ମାଗିଲେ ନିର୍ବାଚନୀ ବଣ୍ଡ ତଥ୍ୟ, ଦେବାକୁ ମନା କଲା ଏସବିଆଇ

- Advertisement -

୨୦୧୬ ଏପ୍ରିଲ ୧୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ରଘୁରାମ ରାଜନ ୟୁପିଆଇର ପ୍ରଚଳନ କରିଥିଲେ। ନଗଦହୀନ କାରବାର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଅନ୍ୟପକ୍ଷରେ ଭାରତର ୟୁପିଆଇ ବ୍ୟବସ୍ଥା ଶ୍ରୀଲଙ୍କା, ମରିସସ୍‌ ଏବଂ ନେପାଳରେ ମଧ୍ୟ ଆରମ୍ଭ ହୋଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories