www.samajalive.in
Saturday, December 6, 2025
19.1 C
Bhubaneswar

ମଣିଷକୁ ଅମର କରିବ କୃତ୍ରିମ ବୁଦ୍ଧିମତା !

ନୂଆଦିଲ୍ଲୀ : ଅମର ହେବାକୁ ମଣିଷ ସର୍ବଦା ପ୍ରୟାସ କରି ଆସିଛି। ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ପିଇ ଅମର ହେବା କିମ୍ବା ଅମରତ୍ବର ବରଦାନ ପାଇବା ସମ୍ପର୍କରେ ଅନେକ ଲେଖା ରହିଛି। ତେବେ ଯିଏ ଜନ୍ମ ନିଏ ତାହାର ମୃତ୍ୟୁ ହୋଇଥାଏ। ଅମରତ୍ବ ପାଇବାକୁ ମଣିଷର ସ୍ବପ୍ନକୁ କୃତ୍ରିମ ବୁଦ୍ଧିମତା ପୂରଣ କରିପାରିବ ବୋଲି ଚର୍ଚ୍ଚା ହେଉଛି। ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ କମ୍ପ୍ୟୁଟର ଇଞ୍ଜିନିୟର ଡକ୍ଟର ପ୍ରଦୀପ ଦେଶାଇଙ୍କ କହିବା ଅନୁଯାୟୀ କୃତ୍ରିମ ବୁଦ୍ଧିମତା ଦ୍ବାରା ମଲା ପରେ ମଧ୍ୟ ମଣିଷ ଆଭାସି ଭା​‌ବେ ବଞ୍ଚି ରହିପାରିବ। ୨ଡି, ୩ଡି, ହୋଲୋଗ୍ରାମ ବ୍ୟବହାର କରି କୃତ୍ରିମ ବୁଦ୍ଧିମତା ଏହି କାରନାମା କରି ଦେଖାଇ ପାରିବ। ଟ୍ରାନ୍ସକ୍ରିପ୍ଟ ଡାଟା, ନ୍ୟୁ ଭଏସ୍‌ ସିନ୍ଥେସିସ୍‌, ଭିଡିଓ ମଡ୍ୟୁଲ ଓ ମାନବ ଚେତନାର ବିନିଯୋଗ ଦ୍ବାରା କୃତ୍ରିମ ବୁଦ୍ଧିମତା ଆଭାସି ଭାବେ ମୃତ ବ୍ୟକ୍ତିଙ୍କୁ ନିଜ ପରିଜନଙ୍କ ନିକଟରେ ଜୀବନ ରଖିପାରିବ। ଏଥିପାଇଁ ନିଜ ପ୍ରିୟଜନଙ୍କ ସ୍ବରର ରେକର୍ଡ ଓ ଶରୀରର ଭିଡିଓ ରେକର୍ଡିଂ କରିବାକୁ ପଡ଼ିବ। ସେଗୁଡ଼ିକୁ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ କମ୍ପ୍ୟୁଟରରେ ସଂରକ୍ଷଣ କରାଯିବ। ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ ହୋଲୋଗ୍ରାମ ଓ ମାନବ ଚେତନା  ଆଦି ପ୍ରଣାଳୀ ଦ୍ବାରା କୃତ୍ରିମ ବୁଦ୍ଧିମତା ଦ୍ବାରା ତାଙ୍କର ଏକ ଆଭାସି ପ୍ରତିକୃତି ନିର୍ମାଣ କରାଯାଇ ପାରିବ। ସେହି ପ୍ରତିକୃତି ପୂର୍ବରୁ ରେକର୍ଡିଂ ହୋଇଥିବା ସ୍ବରର ନକଲ କରି ନିଜ ପ୍ରିୟଜନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇପାରିବ। ଆମେରିକାରେ ଏହାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ବେଳେ ଆଗାମୀ ୧୦ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ ବୋଲି ଆଶା ରହିଛି।

ଏହି ଗ୍ରହରେ ରୁହନ୍ତି ଏଲିଅନ୍ !

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories