www.samajalive.in
Saturday, December 6, 2025
16.1 C
Bhubaneswar

ଡମ୍ଫର-କାର୍‌‌ ଧକ୍କା ; ନିଆଁ ଲାଗି ୮ ବରଯାତ୍ରୀ ଜୀବନ୍ତ ଦଗ୍ଧ

ଲଖନଉ : ଉତ୍ତରପ୍ରଦେଶ ବରେଲୀର ଭୋଜୀପୁରା ନୈତିତାଲ ରାଜପଥରେ ଶନିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭୋଜୀପୁରା ଥାନା ଠାରୁ କିଛି ଦୂରରେ ଏକ ଡମ୍ଫର ସହ ଧକ୍କା ହେବା ପରେ ଏକ କାର୍‌‌ରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସମସ୍ତ ମୃତକ କାରରେ ଯାତ୍ରା କରୁଥିବା ଯାତ୍ରୀ ହୋଇଥିବା ବେଳେ ସେମାନେ ବରଯାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ସମସ୍ତ ମୃତକଙ୍କୁ ଉଦ୍ଧାର କରିଥିଲେ।
କାର୍‌‌ରେ ଥିବା ଯାତ୍ରୀ ବରେଲୀ ସହରରେ ଆୟୋଜିତ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ। ପରିବାର ଲୋକେ ଦୁର୍ଘଟଣା ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଛି।
କାରଟି ଦ୍ରୁତ ଗତିରେ ଥିବା ସହ ଏହା ୫ ଫୁଟ୍‌‌ ଉଚ୍ଚତା ବିଶିଷ୍ଟ ଡିଭାଇଡର ଉପରେ ଚଢି ରାସ୍ତାର ଆରପଟକୁ ବିପରୀତ ଦିଗରେ ଆସୁଥିବା ଡମ୍ଫର ସହ ଧକ୍କା ହୋଇଥିଲା। ଡମ୍ଫରଟି ମଧ୍ୟ ଦ୍ରୁତ ଗତିରେ ଥିଲା। ଦୁର୍ଘଟଣା ମାତ୍ରେ ଡମ୍ଫର ମଧ୍ୟ କାରକୁ ପ୍ରାୟ ୨୫ ମିଟର ରାସ୍ତା ଯାଏଁ ଘୋଷାଡି ନେଇଥିଲା। ଏହାପରେ କାରଟି ଡମ୍ଫର ମଧ୍ୟରେ ଫସି ରହିବା ସହ ନିଆଁ ଲାଗି ଯାଇଥିଲା। ପ୍ରାୟ ୪୫ ମିନିଟ୍‌‌ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ମାତ୍ର ସେତେବେଳକୁ ସମସ୍ତେ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories