www.samajalive.in
Monday, December 15, 2025
26.1 C
Bhubaneswar

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ହୋଇଥାଏ ଉତ୍ତମ ସ୍ବାସ୍ଥ୍ୟ, ଧନ ପ୍ରାପ୍ତି

ରବିବାର ପ୍ରଭୁ ସୂର୍ଯ୍ୟଦେବତାଙ୍କୁ ସମର୍ପିତ। ପ୍ରତି ରବିବାର ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।
ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଜ୍ଞାନ ପ୍ରାପ୍ତି ହୋଇଥାଏ।
ସୂର୍ଯ୍ୟପୂଜା କରୁଥିବା ବ୍ୟକ୍ତିଙ୍କ ବିଶେଷ ସମସ୍ୟା ରୁହେ ନାହିଁ ଏବଂ ସବୁ ସଙ୍କଟ ଦୂର ହୋଇଥାଏ।
ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ବାରା ବ୍ୟକ୍ତିର ବଚନ ମଧୁର ହୋଇଥାଏ। ଏହା ସହ ବ୍ୟକ୍ତି ବିଦ୍ବାନ ଏବଂ ବୁଦ୍ଧିମାନ ହୋଇଥାଏ।
ଯେଉଁମାନେ ଛୋଟ ବଡ କଥାରେ ଶୀଘ୍ର ରାଗି ଯାଆନ୍ତି, ସେମାନେ ସୂର୍ଯ୍ୟ ପୂଜା କରିବା ନିତାନ୍ତ ଆବଶ୍ୟକ।
ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ବାରା ମନରୁ ଲୋଭ, ବିଶ୍ବାସଘାତ ଏବଂ ଖରାପ ଚିନ୍ତାଧାରା ଦୂର ହୋଇଥାଏ।
ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ଲାଭଦାୟକ ହୋଇଥାଏ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଓ ତାଙ୍କ ଦର୍ଶନ କରିବା ଦ୍ବାରା ବ୍ୟକ୍ତିକୁ ବିଶେଷ କୃପା ଲାଭ ହୋଇଥାଏ।
ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପୂଜା କରନ୍ତୁ ଏବଂ ଦର୍ଶନ କରନ୍ତୁ।
ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ଧନ ପ୍ରାପ୍ତି ହୋଇଥାଏ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ପ୍ରୟୋଗ କରନ୍ତୁ।
ଏହା ବ୍ୟତୀତ୍ ଜଳରେ ଫୁଲ ପକାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ।
ଆଖିର ଜ୍ୟୋତି କମ୍‌ ଥିଲେ ସୂର୍ଯ୍ୟଦେବତାଙ୍କୁ ଅବଶ୍ୟ ପୂଜା କରନ୍ତୁ।
ସୂର୍ଯ୍ୟଙ୍କ କୃପା ଦ୍ବାରା ଆଖିର ଜ୍ୟୋତି ବୃଦ୍ଧି ହୋଇଥାଏ।
ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଯେଉଁ ବିଦ୍ୟାର୍ଥୀ ବାରମ୍ବାର ପରୀକ୍ଷାରେ ଅସଫଳ ହେଉଛନ୍ତି, ସେମାନେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ସଫଳତା ନିଶ୍ଚୟ ମିଳିବ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories