www.samajalive.in
Monday, December 15, 2025
26.1 C
Bhubaneswar

୯ ପିଲାଙ୍କ ୫୨ ବର୍ଷୀୟ ମାଆ ୩୨ ବର୍ଷୀୟ ପ୍ରେମିକ ସହ ଫେରାର୍‌, ଧରାପଡିବା ପରେ କହିଲେ..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରୁ ବନ୍ଦାୟୁ ଜିଲାରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୫୨ ବର୍ଷୀୟ ମହିଳା ଯିଏ କି ୯ ପିଲାଙ୍କ ମାଆ ବୋଲି ଜଣାପଡିଛି, ନିଜ ସ୍ୱାମୀ ଓ ପରିବାରକୁ ଛାଡି ୩୨ ବର୍ଷୀୟ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଖବର ମିଳିଛି । ମହିଳା ଜଣକ ନିଜ ସହ ୧୦ ବର୍ଷୀୟ ନିଜର ନାବାଳିକା ଝିଅ, ଲକ୍ଷାଧିକ ଟଙ୍କାର ସୁନାଗହଣା, ଜମିର କାଗଜପତ୍ର ମଧ୍ୟ ନେଇଯାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି ।

ଏହି ଘଟଣା ଉସହେତ ଥାନା ଅନ୍ତର୍ଗତ ଜଲାଲପୁର ଗାଁର । ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ଉଭୟଙ୍କ ବିବାହକୁ ୩୨ ବର୍ଷ ପୂରିଛି । ଦମ୍ପତି ୯ ଜଣ ପିଲାଙ୍କ ବାପା-ମାଆ । ସେମାନଙ୍କର ୫ ଝିଅ ଓ ୪ ପୁଅ । ଜଣେ ୨୧ ବର୍ଷୀୟ ପୁଅର ରୋଗରେ ମୃତ୍ୟୁ ହେବା ପରେ ୩ ଝିଅ ଓ ଜଣେ ପୁଅର ବିବାହ ହୋଇ ସାରିଛି । ମହିଳାଙ୍କ ସ୍ୱାମୀ କାନ୍ଦି କାନ୍ଦି କହିଛନ୍ତି ଯେ, ସେ ମୂଲମଜୁରୀ କରି ଘର ଚଳାଇବା ଠାରୁ ଆରମ୍ଭ କରି ପିଲାମାନଙ୍କ ବିବାହ କରିଛନ୍ତି । ବ୍ୟକ୍ତି ଜଣକ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ୪ ଲକ୍ଷ ଟଙ୍କାର ସୁନାଗହଣା, ୫୦ ହଜାର ନଗଦ ଟଙ୍କା ଓ ଜମି କାଗଜପତ୍ର ନେଇ ଯାଇଛନ୍ତି ।

- Advertisement -

ମହିଳା ଜଣକ ୨୦ ଦିନ ଧରି ନିଖୋଜ ଥିଲେ। ପୁଲିସ ନିକଟରେ ମହିଳା ଜଣକ ନିଖୋଜ ନେଇ ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ ଖୋଖୋଜି ଆରମ୍ଭ କରିବା ପରେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଧରିଥିଲା । ପରେ କୋର୍ଟରେ ମାମଲା ରହିଥିବା ବେଳେ ମହିଳା ଜଣକ ଆଉ ସ୍ୱାମୀଙ୍କ ନିକଟକୁ ଫେରିବେ ନାହିଁ ଏବଂ ପୁରୁଷ ବନ୍ଧୁଙ୍କ ସହ ରହିବା ଶେଷ ନିଷ୍ପତ୍ତି ବୋଲି କହିଥିଲେ । ଏବେ ଏହି ମାମଲା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜିଏସଟି ପ୍ରଭାବ ; ୧୮ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ଏହି ୨ ଚକିଆ ସ୍କୁଟର-ବାଇକ୍‌

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories