ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ନିକଟରେ ଗ୍ରାହକଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଲାଗୁହେବାକୁ ଥିବା ଜିଏସଟିରେ ହ୍ରାସ ପାଇଥିବା ଦାମ୍ର ସମ୍ପୂର୍ଣ୍ଣ ଲାଭ ନିଜ ଗ୍ରାହକଙ୍କୁ ଦେବ । କମ୍ପାନୀ ଅନୁଯାୟୀ, ୩୫୦ ସିସି ପର୍ଯ୍ୟନ୍ତ ମୋଟରସାଇକେଲ ଓ ସମସ୍ତ ସ୍କୁଟର ସାମିଲ ରହିଛି । ଜିଏସଟି ବୈଠକ ପରେ ୨ ଚକିଆ ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ ହୋଇ ୧୮ ପ୍ରତିଶତ ହୋଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏବେ ମଡେଲ୍ ଅନୁଯାୟୀ, ଏକ୍ସ-ଶୋ ରୁମ୍ ଦାମ୍ରେ ପ୍ରାୟ ୧୮,୮୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ ।
ହୋଣ୍ଡା ସାଇନ୍ରେ କମ୍ପାନୀ ୯୮.୯୮ ସିସିର ଇଞ୍ଜିନ୍ ପ୍ରଦାନ କରିଛି । ଏହି ବାଇକ୍ ୬୦କିମି/ଲିଟରର ମାଇଲେଜ ପ୍ରଦାନ କରିଥାଏ । ଏହାର ଦାମ୍ ୬୮,୮୬୨ ଦାମ୍ରୁ ଆରମ୍ଭ ହୋଇଛି ।
ସାଇନ୍ ୧୦୦ ଡିଏକ୍ସରେ ମଧ୍ୟ ୯୮.୯୮ ସିସି ଇଞ୍ଜିନ୍ ମିଳେ । ଜବରଦସ୍ତ ଫିଚର ଥିବା ଏହି ବାଇକ୍ ୬୫ କିମି/ଲିଟରର ମାଇଲେଜ୍ ଦେଇଥାଏ । ଏହାର ଦାମ୍ ୭୫,୯୫୦ ଟଙ୍କା ଦାମ୍ରୁ ଆରମ୍ଭ ହୋଇଥାଏ ।
ସାଇନ୍ ୧୨୫ ବାଇକ୍ରେ ୧୨୩.୯୪ ସିସି ଇଞ୍ଜିନ୍ ଦିଆଯାଇଛି । ଏହି ବାଇକ୍ ପ୍ରାୟ ୫୫ କିମି/ଲିଟରର ମାଇଲେଜ ଦେଇଥାଏ । ଏହାର ଆରମ୍ଭ ଦାମ୍ ୮୫,୫୯୦ ଟଙ୍କା ।
ଏସପି ୧୨୫
ଏହି ବାଇକ୍ରେ ୧୨୩.୯୪ ସିସି ଇଞ୍ଜିନ୍ ଦିଆଯାଇଛି । ଏହା ୬୫କିମି/ଲିଟରର ମାଇଲେଜ ଦେଇଥାଏ । ଏହାର ଦାମ୍ ୯୩,୨୪୭ ଟଙ୍କା ।
ଲିଭୋ୧୧୦
ହୋଣ୍ଡା ଲିଭୋରେ ୧୦୯.୫୧ ସିସି ଇଞ୍ଜିନ୍ ଦିଆଯାଇଛି । ଏହି ବାଇକ୍ ୭୦କିମି/ଲିଟର ମାଇଲେଜ ଦେଇଥାଏ । ଏହାର ଦାମ୍ ୮୪,୧୭୬ ଟଙ୍କା ।
ହୋଣ୍ଡା ଡିୟୋ ସ୍କୁଟରରେ କମ୍ପାନୀ ୧୦୯.୫୧ ସିସି ଇଞ୍ଜିନ୍ ଦିଆଯାଇଛି । ଏହି ସ୍କୁଟର ପ୍ରାୟ ୫୦ କିମି/ଲିଟରର ମାଇଲେଜ୍ ଦେଇଥାଏ । ଏହାର ଦାମ୍ ୭୫,୦୨୫ ଟଙ୍କା ।
ଡିୟୋର ଏହି ମଡେଲ୍ରେ ୧୨୩.୯୨ ସିସି ଇଞ୍ଜିନ୍ ମିଳିଥାଏ । ଏହି ସ୍କୁଟର ୪୫-୫୦ କିମି/ଲିଟରର ମାଇଲେଜ ଦେଇଥାଏ । ଏହାର ଦାମ୍ ୯୨,୨୧୭ ଟଙ୍କା ।
ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଆକ୍ଟିଭାରେ ୧୧୦ରେ ୧୦୯.୫୧ ସିସି ଇଞ୍ଜିନ୍ ମିଳିଥାଏ । ଏହି ସ୍କୁଟର ୬୦ କିମି/ଲିଟରର ମାଇଲେଜ୍ ଦେଇଥାଏ । ଏହାର ଦାମ୍ ୮୧,୦୪୫ ଟଙ୍କା ।
ଆକ୍ଟିଭା ୧୨୫ରେ ଏହି ମଡେଲ୍ରେ ୧୨୩.୯୨ ସିସି ଇଞ୍ଜିନ୍ ମିଳିଥାଏ । ଏହି ସ୍କୁଟର ୪୫-୫୦ କିମି/ଲିଟରର ମାଇଲେଜ୍ ଦେଇଥାଏ । ଏହାର ଦାମ୍ ୯୬,୨୭୦ ଟଙ୍କା ।
୧୫ ସେପ୍ଟେମ୍ବରରେ ବୁଧ ମହାଚଳନ ପରେ ରାଜଯୋଗ ; ଏହି ରାଶି ହଠାତ୍ ହେବେ ଧନୀ..



