ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ। ଏହି ଅନାସ୍ଥା ପ୍ରସ୍ତାବ ପୌର ଅଧ୍ୟକ୍ଷଙ୍କ ସମେତ ୧୯ ଜଣ କାଉନସିଲର ଆଣିଛନ୍ତି। ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ବିଜେଡି ଦଳ ଛାଡିବା ପରେ ତାଙ୍କର ସମର୍ଥକମାନେ ଏହି ଅନାସ୍ଥା ଆଣିଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ବିଜେଡିର ୨୧ ଜଣଙ୍କ ମଧ୍ୟରୁ ୧୯ ଜଣ କାଉନସିଲର ଆଜି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିକଟରେ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି। ଜିଲାପାଳ ଏହାକୁ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିବା କାଉନସିଲର ସନ୍ତୋଷ ଦଳେଇ କହିଛନ୍ତି। ଏହି ଘଟଣା ପରେ ରାୟଗଡ଼ା ରାଜନୀତି ପୁଣି ସରଗରମ ହୋଇଛି। ଭାସ୍କରଙ୍କ ଗୋଷ୍ଠୀରେ ଉପାଧ୍ୟକ୍ଷା ନଥିବାରୁ ତାଙ୍କ ବିପକ୍ଷରେ ଏଭଳି ଅନାସ୍ଥା ଅଣାଯାଇଥିବା ଆଲୋଚନା ହେଉଛି। ଭାସ୍କର ବିଜେଡି ଛାଡିବା ପରେ ଉପାଧ୍ୟକ୍ଷା ଶ୍ରୀମତି ପଣ୍ଡା ବିଜେଡି ସଭାପତି ଜଗନ୍ନାଥ ସାରକା ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବା ଘଟଣା ଭାସ୍କରଙ୍କ ଗୋଷ୍ଠୀ ହଜମ କରିପାରୁନି। ଯାହାକୁ ନେଇ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଜିଏସଟି ପ୍ରଭାବ ; ୧୮ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ଏହି ୨ ଚକିଆ ସ୍କୁଟର-ବାଇକ୍
୧୫ ସେପ୍ଟେମ୍ବରରେ ବୁଧ ମହାଚଳନ ପରେ ରାଜଯୋଗ ; ଏହି ରାଶି ହଠାତ୍ ହେବେ ଧନୀ..



