www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ ପୂର୍ବକ ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ପ୍ରଶ୍ନ କରିଛନ୍ତି ଯେ ଅକ୍ଟୋବର ୩ରେ ଏହି ହିଂସା ଘଟିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇ ନାହିଁ। ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ପୁଲିସ ଜେରା ପାଇଁ ସମନ ଜାରି କରିବା ଠିକ୍ ନୁହେଁ। ରାଜ୍ୟ ସରକାରଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ ଯେ ଅନ୍ୟ ହତ୍ୟା ମାମଲାରେ ପୁଲିସ ଗିରଫ ପରିବର୍ତ୍ତେ ଜେରା ପାଇଁ ସମନ ଜାରି କରିଥାଏ କି? ତେଣୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରା ନଯିବା ଦ୍ବାରା ଜନତାଙ୍କ ନିକଟକୁ ‘ଭୁଲ୍‌ ବାର୍ତ୍ତା’ ଯାଉଛି। ମାମଲାର ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାର ଶୁକ୍ରବାର ରିପୋର୍ଟ ଦାଖଲ କରିଥିବାବେଳେ ଅଦାଲତ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଅଦାଲତ କହିଥିଲେ ଏହି ହିଂସାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମାମଲାର ତଦନ୍ତ ଅଗ୍ରଗତି ଯେପରି ହେବା କଥା ତାହା ହୋଇ ନାହିଁ। ହିଂସାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ତାହା ‘ଜଘନ୍ୟ ହତ୍ୟା’। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ଅଦାଲତ କହିଥିଲେ ଯେ, ରାଜ୍ୟ ସରକାର କଥା ଅଧିକ କହୁଥିବାବେଳେ କାମ କମ୍‌ କରୁଛନ୍ତି ା ତେଣୁ ସରକାର ଏହି ହିଂସା ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ଅନ୍ୟପଟେ ଏହି ହିଂସା ଘଟଣାର ପ୍ରମାଣ ଓ ଅନ୍ୟସବୁ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦେଶ (ଡିଜିପି)ଙ୍କୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଷ ସାଲଭେ ଅଦାଲତଙ୍କୁ କହିଥିଲେ ଯେ ଆଗାମୀ ଦିନରେ ମାମଲା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ନିମନ୍ତେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଆୟୋଗ ଗଠନ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସମନ ଜାରି କରାଯାଇଛି। ଶନିବାର ପୂର୍ବାହ୍ଣ ୧୧ଟାରେ ସେ ହାଜର ହେବେ। ଯଦି ସିଏ ହାଜର ନ ହୁଅନ୍ତି ତେବେ ଆଇନ ତାର କାର୍ଯ୍ୟପନ୍ଥା ଗ୍ରହଣ କରିବ।

- Advertisement -

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ କେବଳ ଅଭିଯୋଗ ଆଧାରରେ ଜଣଙ୍କୁ ଗିରଫ କରାଯାଇ ପାରିବ ନାହିଁ। କାହାପ୍ରତି ଅନ୍ୟାୟ କରାଯିବ ନାହିଁ କି କାହାର ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଆଇନ ସମସ୍ତ ସୁରକ୍ଷା ନିଶ୍ଚିତ କରିବ। ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ଉପରେ ଆଦିତ୍ୟନାଥ କହିଛନ୍ତି ଯେ ହିଂସାରେ ଆଶିଷଙ୍କ ସମ୍ପୃକ୍ତି ନେଇ କୌଣସି ତଥ୍ୟ ପ୍ରମାଣ ମିଳି ନାହିଁ। ହିଂସା ସମ୍ପର୍କରେ ଅନେକ ଭିଡିଓ ପ୍ରସାରିତ ହୋଇଛି। କୌଣସି ଭିଡିଓରେ ଘଟଣାସ୍ଥଳରେ ଆଶିଷଙ୍କ ଉପସ୍ଥିତି ଦେଖିବାକୁ ମିଳି ନାହିଁ। ଆଉ ଆଶିଷଙ୍କ ସମ୍ପୃକ୍ତି ନେଇ ଯଦି କାହା ପାଖରେ ଭିଡିଓ କିମ୍ବା ଅନ୍ୟ ତଥ୍ୟ ପ୍ରମାଣ ରହିଛି ତାକୁ ଉପସ୍ଥାପନ କରିବା ଲାଗି ସ୍ବତନ୍ତ୍ର ମୋବାଇଲ ନମ୍ବର ଦିଆଯାଇ ସର୍ବସାଧାରଣଙ୍କୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିଂସାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅକ୍ଟୋବର ୩ ତାରିଖ ରବିବାର ଲଖିମପୁର ଖେରି ଜିଲାର ତିକୋନିଆରେ କୃଷକମାନେ ଆନ୍ଦୋଳନ କରିବା ସମୟରେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ କାର୍‌ ଚାପାରେ ୪ଜଣ କୃଷକଙ୍କ ମୃତ୍ୟୁ ହୋଇଛି। ସେହିପରି କୃଷକ ମାଡରେ ବିଜେପିର ୨ଜଣ କର୍ମୀ,ମନ୍ତ୍ରୀଙ୍କ ଗାଡି ଚାଳକ ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories