www.samajalive.in
Sunday, December 7, 2025
15.1 C
Bhubaneswar

ତୱଙ୍ଗରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ

ତୱଙ୍ଗ: ଅରୁଣାଚଳ ପ୍ରଦେଶ ସୀମାରେ ପ୍ରାୟ ୨୦୦ ଚୀନ୍‌ ସେନାଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଦେଇଛନ୍ତି। ତିବ୍‌ବତରୁ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପହରା ଦଳର ଯବାନମାନେ ଏହି ସୀମାନ୍ତ ରାଜ୍ୟର ତୱଙ୍ଗ ଅଞ୍ଚଳ (ସେକ୍ଟର)କୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ବୁମ୍‌ ଲା ଏବଂ ୟାଙ୍ଗସେ ବାଟ ଦେଇ ବ୍ରହ୍ମପୁତ୍ର ଅବବାହିକାକୁ ପ୍ରବେଶ କରିବା ସହ ଭାରତୀୟ ବଙ୍ଗର ଭଙ୍ଗାରୁଜା ଉଦ୍ୟମ ଯୋଜନା କରୁଥିବାବେଳେ ଭାରତୀୟ ଯବାନ ସେମାନଙ୍କର କଡ଼ା ମୁକାବିଲା କରିଥିଲେ। ତୱଙ୍ଗ ସେକ୍ଟର ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଭାରତୀୟ ଯବାନ ସେଠାରେ ସଜାଗ ଥିଲେ। ଚୀନ୍‌ର କିଛି ସୈନିକଙ୍କୁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ସ୍ଥାନୀୟ ସେନା କମାଣ୍ଡରସ୍ତରରେ ଆଲୋଚନା କରାଯାଇ ସେମାନଙ୍କୁ ମୁକ୍ତ କରାଯାଇଥିଲା। ଏହି ଘଟଣାରେ ଭାରତୀୟ ପକ୍ଷର କୌଣସି କ୍ଷତି ଘଟି ନାହିଁ। ଗତ ସପ୍ତାହରେ ଏହି ଘଟଣା ଘଟିଥିଲେ ମଧ୍ୟ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ଅପରପକ୍ଷରେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ କିଛି ଜାଣି ନ ଥିବା ସଫେଇ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶକୁ ଚୀନ୍‌ ନିଜର ବୋଲି ଏବେ ସୁଦ୍ଧା ଦାବି କରିଆସୁଛି। ୧୯୬୨ ଯୁଦ୍ଧ ପ୍ରାରମ୍ଭରେ ଚୀନ୍‌ ସେନା ତୱଙ୍ଗକୁ ଦଖଲ କରିନେଇଥିଲେ ମଧ୍ୟ ପରେ ଭାରତ ଏହାକୁ ମୁକୁଳାଇବାରେ ସମର୍ଥ ହୋଇଥିଲା। ସେବେଠାରୁ ଚୀନ୍‌ ଏହାକୁ ବୃହତ୍‌ ତିବ୍‌ବତର ଅଂଶବିଶେଷ ଏବଂ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍‌ବତ ଭାବେ ଦାବି କରିଆସୁଛି। ଅରୁଣାଚଳ ସଂଲଗ୍ନ ଭାରତ-ଚୀନ୍‌ ସୀମାନ୍ତ ଯଥାଯଥ ଭାବେ ଚିହ୍ନଟ ହୋଇ ନ ଥିବାରୁ ବିବାଦ ଲାଗିରହୁଛି ଏବଂ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ସେଥିପାଇଁ ଉଭୟ ରାଷ୍ଟ୍ରର ସେନା ସେଠାରେ ନିୟମିତ ପହରା ଦେଉଛନ୍ତି। ୨୦୧୬ରେ ୟାଙ୍ଗସେଠାରେ ୨୦୦ରୁ ଅଧିକ ଚୀନ୍‌ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ। କିଛି ଘଣ୍ଟା ପରେ ଭାରତୀୟ ଯବାନ ସେମାନଙ୍କୁ ତଡ଼ିବାରେ ସମର୍ଥ ହୋଇଥିଲେ। ୨୦୧୧ରେ ଚୀନ୍‌ ସେନା ୨୫୦ ମିଟର ଦୀର୍ଘ ପ୍ରାଚୀର ଡେଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିବା ସହ ଏହାକୁ ଭାଙ୍ଗି ଦେଇଥିଲେ। ଭାରତ ଏହାର ଦୃଢ଼ ପ୍ରତିବାଦ କରିବା ପରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା। ଏମିତି କି ୨୦୧୯ରେ ଲଦାଖ ସଂଘର୍ଷ ପୂର୍ବରୁ ମଧ୍ୟ ଚୀନ୍‌ ସେନା ଅରୁଣାଚଳ ସୀମାରେ ଭାରତୀୟ ଯବାନଙ୍କ ସହ ସଂଘର୍ଷ କରିଥିଲେ। ଏହା ପରଠାରୁ ଭାରତ ଏଲଏସିରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି। ସମ୍ପ୍ରତି ଲଦାଖଠାରୁ ଅରୁଣାଚଳ ପର୍ଯ୍ୟନ୍ତ ସୀମାନ୍ତରେ ୫୦ରୁ ୬୦ହଜାରେ ସେନା ମୁତୟନ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories