www.samajalive.in
Monday, December 15, 2025
14.1 C
Bhubaneswar

୫ ବର୍ଷର ସମସ୍ତ ଇ-ଚାଲାଣ ଛାଡ଼ କରିବେ ଏହି ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର। ୫ ବର୍ଷର ସମସ୍ତ ଇ-ଚାଲାଣକୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ତେବେ ଏହି ସମୟରସୀମା ହେଉଛି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ। ଏହି ୫ ବର୍ଷ ମଧ୍ୟରେ ଯେଉଁ ଗାଡ଼ିର ଇ-ଚାଲାଣ କଟିଥିବ ଏବଂ ମାଲିକମାନେ ତାହା ପଇଠ କରି ନ ଥିବେ, ସେସବୁକୁ ରାଜ୍ୟ ସରକାର ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଫିଟନେସ, ପରମିଟ, ମାଲିକାନା ପରିବର୍ତ୍ତନ ଏବଂ ହାଇସିକ୍ୟୁରିଟି ନମ୍ବର ପ୍ଲେଟ(ଏସଏସଆରପି) ଭଳି ସେବା ଉପରେ ଲାଗିଥିବା ଅବରେଧ ହଟିଯିବ। ଯାହାଫଳରେ ପୁରୁଣା ଇ-ଚାଲାଣି ଯୋଗୁ ଗାଡ଼ି ମାଲିକମାନଙ୍କୁ ଏସବୁ ସେବା ଉପଲବ୍ଧ କରିବାରେ ସମସ୍ୟା ହେବ ନାହିଁ।

- Advertisement -

ରାଜ୍ୟ ପରିବହନ ବିଭାଗ ସୂଚନା ଅନୁସାରେ, ୨୦୧୭ରୁ ୨୦୨୧ ମଧ୍ୟରେ ମୋଟ ୩୦ ଲକ୍ଷ ୫୨ ହଜାର ୯୦ ଇ-ଚାଲାଣ କଟାଯାଇଛି। ସେଥିରୁ ପ୍ରାୟ ୧୭ ଲକ୍ଷ ୫୯ ହଜାର ଚାଲାଣ ଦେୟ ପଇଠ ହୋଇଥିବାବେଳେ ୧୨ ଲକ୍ଷ ୯୩ ହଜାର ପଡ଼ିରହିଛି। କୋର୍ଟରେ ପ୍ରାୟ ୧୦ ଲକ୍ଷ ୮୪ ହଜାର ଚାଲାଣ ସମ୍ପର୍କିତ ମାମଲା ପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଗାମୀ ଏକ ମାସ ମଧ୍ୟରେ ଚାଲାଣ ସ୍ଥିତି ସମ୍ପର୍କରେ ପୋର୍ଟାଲରେ ଅପଡେଟ୍ କରିଦିଆଯିବ ବୋଲି କୁହାଯାଇଛି। ତେବେ ଆଇପିସି ସହ ଜଡ଼ିତ ମାମଲା, ମଦ୍ୟପାନ କରି ଗାଡ଼ି ଚାଳନା ସମ୍ପର୍କିତ ଚାଲାଣ ଆଦିରେ ଏହାକୁ ଲାଗୁ କରାଯିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories