www.samajalive.in
Friday, December 5, 2025
20.1 C
Bhubaneswar

କରୋନା: ୩୫ ଲକ୍ଷ ଶ୍ରମିକଙ୍କୁ ୧ ହଜାର ଟଙ୍କାର ସହାୟତା ଦେବେ ଯୋଗୀ

ଲକ୍ଷ୍ନୌ: କରୋନା ଭୂତାଣୁ ଯୋଗୁ ଶ୍ରମିକମାନେ ହାତ ବାନ୍ଧି ଘରେ ବସିଛନ୍ତି। ସେମାନଙ୍କ ରୋଜଗାର ପନ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ୩୫ ଶ୍ରମିକଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବା ଲାଗି କହିଛନ୍ତି। ଶ୍ରମିକମାନଙ୍କ ଦୈନିକ ଆବଶ୍ୟକତା ପୂରଣ କରିବା ଲାଗି ଏହି ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ବ୍ୟତୀତ ସମସ୍ତ ପଞ୍ଜୀକୃତ ଶ୍ରମିକଙ୍କୁ ଭରଣପୋଷଣ ଭତ୍ତା ଦିଆଯିବ। ଏମଜିଏନଆରଇଜିଏସରେ ପଞ୍ଜୀକୃତ ଶ୍ରମିକଙ୍କୁ ତୁରନ୍ତ ମଜୁରୀ ଦେବା ଲାଗି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

- Advertisement -

ଉତ୍ତରପ୍ରଦେଶରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟବାସୀ ସତର୍କତା ପାଳନ କରିବାକୁ ଯୋଗୀ ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories