www.samajalive.in
Sunday, December 7, 2025
15.1 C
Bhubaneswar

ଗୁଜବ ଯୋଗୁଁ ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅଣାୟତ୍ତ ଭିଡ଼ : ମନ୍ଦିରରେ ତାଲା ପକାଇଲେ ପ୍ରଶାସନ ଓ ପୁଲିସ

ଦେବଗଡ : ଯାହାର ଗୋଟିଏ ପୁଅ, ସେହି ମା’ ପ୍ରେତ୍ୟକ ଶନିବାର ଦିନ ବ୍ରତ ଧାରଣ କରନ୍ତୁ। ସକାଳେ ମନ୍ଦିର ଦର୍ଶନ ଓ ସନ୍ଧ୍ୟାରେ ଦ୍ୱାରମୁହଁରେ ତୈଳ ଦ୍ୱୀପ ଜାଳନ୍ତୁ। ନଚେତ ଅନିଷ୍ଟ ହେବ। ଏଭଳି ଏକ ବିଭ୍ରାନ୍ତି ମୂଳକ ଗୁଜବ ଯୋଗୁଁ ଆଜି ଦେବଗଡ ସ୍ଥିତ ଶନି ମନ୍ଦିରରେ ଶହଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ବିଶେଷ ଭାବେ ଜିଲାର ଗ୍ରାମାଞ୍ଚଳର ମହିଳାମାନେ ଶନିଠାକୁରଙ୍କର ଦର୍ଶନ ନିମନ୍ତେ ଶନି ମନ୍ଦିରରେ ଭିଡ ଜମାଇଥିଲେ। ସମ୍ଭାବ୍ୟ କରୋନା ଭାଇରସ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଧର୍ମାନୁଷ୍ଠାନମାନଙ୍କରେ ଭିଡ଼ ନ ଜମାଇବା ପାଇଁ କଟକଣା ରହିଥିଲେ ମଧ୍ୟ ଏହି ମନ୍ଦିରରେ ଧର୍ମାନ୍ଧ ମହିଳାମାନଙ୍କର ଗହଳି ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା। ଏପରିକି ମନ୍ଦିରର ମହିଳା ଶ୍ରଦ୍ଧାଳୁମାନଙ୍କର ଭିଡ଼ ଅଣାୟତ ହୋଇପଡିବାରୁ ଜିଲା ପ୍ରଶାସନ ଓ ପୁଲିସକୁ ଏଥିରେ ହସ୍ତକ୍ଷେପ କରିବବାକୁ ପଡିଥିଲା। ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ କୈବଲ୍ୟ କିଶୋର କର ଦେବଗଡ଼ ଥାନା ପୁଲିସ ସହ ଶନି ମନ୍ଦିରରେ ପହଞ୍ଚି ଶ୍ରଦ୍ଧାଳୁମାନଙ୍କୁ ବୁଝାଶୁଝା କରିବାସହ ସେଠାରେ ଗହଳି ନକରିବାକୁ ନିବେଦନ କରିଥିଲେ। ଏହାସତ୍ତ୍ବେ ଶ୍ରଦ୍ଧାଳୁମାନେ ତାଙ୍କ କଥା ନଶୁଣିବାରୁ ମନ୍ଦିର ପରିଚାଳନା କମିଟି ସହାୟତାରେ ମନ୍ଦିରର ମୂଖ୍ୟ ଫାଟକରେ ତାଲା ପକାଯାଇଥିଲା। ତେବେ ପ୍ରଶାସନ ଓ ପୁଲିସର ନିଷ୍ପତ୍ତିକୁ ସମର୍ଥନ କରି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଦିଲ୍ଲିପ ବରାଇ ଓ ପୂଜକ ଗଗନ ପାଣି ମନ୍ଦିର ବାହାରେ ଗହଳି ନକରି ବାହାରେ ଭୋଗ ରଖି ଚାଲିଯିବା ସହ ଘରେ ପୂଜା କରିବାକୁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରିଥିଲେ। ଫଳରେ ମହିଳାମାନେ ମନ୍ଦିର ବାହାରେ ଭୋଗ ରଖି ଠାକୁରଙ୍କୁ ମୁଣ୍ଡିଆ ମାରିଥିଲେ। ପ୍ରଶାସନ, ପୁଲିସ ଓ ମନ୍ଦିର ପୂଜକଙ୍କର ଅନୁରୋଧ ସତ୍ତ୍ବେ ମନ୍ଦିର ବାହାରେ ଶହଶହ ମହିଳାଙ୍କର ଭିଡ ଲାଗିରହିଥିଲା। ଫଳରେ ଜିଲାପଳ ଶ୍ରୀ କର ପୁଲିସ ସହାୟତାରେ ବଜାରରେ ଥିବା ପୂଜା ଭଣ୍ଡାର(ପୂଜା ସାମଗ୍ରୀ ଦୋକାନ)ଗୁଡିକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ମନ୍ଦିର ସମ୍ମୂଖରୁ ଶ୍ରଦ୍ଧାଳୁମାନଙ୍କର ଭିଡ ସାମାନ୍ୟ କମିଥିବା ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories