ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। ଶନିବାର ହଠାତ୍ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ସୁଦ୍ଧା ଏଠାରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଶନିବାର ଆଉ ୬ ନୂଆ ରୋଗୀ ଠାବ ହୋଇଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୬୩ରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଛି।
ଅନ୍ୟପଟେ ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୭୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। କିନ୍ତୁ ଚୀନରେ ଲଗାତର ୩ୟ ଦିନ ପାଇଁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କେବଳ ବିଦେଶୀଙ୍କଠାରେ ଭୂତାଣୁ ଚିହ୍ନଟ ହେଉଛି।



