www.samajalive.in
Saturday, December 6, 2025
16.1 C
Bhubaneswar

ଚୀନକୁ ଆଉ ଏକ ଝଟ୍‌କା; କାନପୁର-ଆଗ୍ରା ମେଟ୍ରୋ ପ୍ରକଳ୍ପ ଟେଣ୍ଡର ବାତିଲ କଲେ ଯୋଗୀ ସରକାର

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ସରକାର ଚୀନକୁ ହାତରେ ନ ମାରି ଭାତରେ ମାରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଚୀନ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ପ୍ରକଳ୍ପକୁ ପର୍ଯ୍ୟାୟ କ୍ରମେ ବାତିଲ କରିବାରେ ଲାଗିଛନ୍ତି। ମହାରାଷ୍ଟ୍ର ସରକାର ଚୀନ ସହ ଚୁକ୍ତି ହୋଇଥିବା ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ରୋକ୍‌ ଲଗାଇଥିବାବେଳେ ଉତ୍ତର ପ୍ରଦେଶର ଯୋଗୀ ସରକାର କାନପୁର-ଆଗ୍ରା ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ କରିଦେଇଛନ୍ତି। ଏହି ପ୍ରକଳ୍ପ ହାତେଇବାକୁ ଆବେଦନ କରିଥିବା ଚୀନର ଏକ କମ୍ପାନୀର ଟେଣ୍ଡରକୁ ଖାରଜ କରିଦିଆଯାଇଛି। ଫଳରେ ଚୀନକୁ ଆଉ ଏକ ଝଟ୍‌କା ଲାଗିଛି।

ଚୀନ କମ୍ପାନୀର ଟେଣ୍ଡର ବାତିଲ କରିଦିଆଯିବା ପରେ ଏହି ପ୍ରକଳ୍ପକୁ ବମ୍ବାର୍ଡିୟର ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଛି। ୟୁପିଏମଆରସି(ଉତ୍ତରପ୍ରଦେଶ ମେଟ୍ରୋ ରେଳ ନିଗମ) ପକ୍ଷରୁ କାନପୁର ଏବଂ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ମେଟ୍ରୋ ଟ୍ରେନ(ଗାଡି ଷ୍ଟକ) ଯୋଗାଣ, ପରୀକ୍ଷଣ ଏବଂ ଚାଲୁ କରିବା ସହିତ ଟ୍ରେନ କଂଟ୍ରୋଲ ଓ ସିଗ୍‌ନାଲିଂ ସିଷ୍ଟମ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ଚୀନର ସିଆରଆରସି ନୈନଜିଙ୍ଗ ପୁଜହେନ ଲିମିଟେଡ ନାମକ କମ୍ପାନୀ ଏଥିପାଇଁ ଟେଣ୍ଡର ଦାଖଲ କରିଥିଲା। କିନ୍ତୁ ଯୋଗୀ ସରକାର ବୈଷୟିକ ତ୍ରୁଟିର କାରଣ ଦର୍ଶାଇ ଚୀନ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, କାନପୁର-ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ୬୭ ଟ୍ରେନ ଯୋଗାଣ ହେବ। ପ୍ରତି ଟ୍ରେନରେ ୩ଟି ବଗି ରହିବ। ୬୭ ଟ୍ରେନରୁ ୩୯ଟି କାନପୁର ଏବଂ ୨୮ଟି ଆଗ୍ରା ପାଇଁ ରହିବ। ଗୋଟିଏ ଟ୍ରେନରେ ୯୮୦ ଯାତ୍ରୀ ଏକକାଳୀନ ଯାତ୍ରା ପରିପାରିବେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories