www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜାମରେ କରୋନା ମୁକାବିଲା ପାଇଁ ୨ ଆଇଏଏସ୍ ଏବଂ ୬ ଓଏଏସଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଗଞ୍ଜାମରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା। ଏଥିସହ ବର୍ତ୍ତମାନ ସୁଦ୍ଧା ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ପ୍ରତିଦିନ ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗଞ୍ଜାମ ଜିଲା ପ୍ରଶାସନକୁ କରୋନା ମୁକାବିଲାରେ ସହାୟତା ପାଇଁ ୨ ଜଣ ଆଇଏଏସଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଏବଂ ଜିଲା ପ୍ରଶାସନକୁ ସହାୟତା ପାଇଁ ୬ ଜଣ ଓଏଏସଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କରୋନା ପରିଚାଳନା ପାଇଁ ଆଇଏଏସ ପାରୁଲ ପଟାୱାରୀ ଛତ୍ରପୁର ଉପଖଣ୍ଡ  ଓ ବିଶାଲ ସିଂହ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ ଭଞ୍ଜନଗର ଉପଖଣ୍ଡରେ କାର୍ଯ୍ୟ କରିବେ।

- Advertisement -

ସେହିପରି ଜିଲା ପ୍ରଶାସନକୁ କୋରାନା ମୁକାବିଲାରେ ସହାୟତା କରିବା ପାଇଁ ୬ ଜଣ ଓଏଏସଙ୍କୁ ମଧ୍ୟ ଗଞ୍ଜାମ ଯିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଓଏଏସ୍ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ ଗଞ୍ଜାମ ପ୍ରଶାସନକୁ କରୋନା ମୁକାବିଲା ଯେତ୍ରରେ ସହାୟତା ପାଇଁ ନିଯୁକ୍ତ ହୋଇଛନ୍ତି। ଏହି ୬ ଜଣ ଓଏଏସ ଅଫିସର ଜିଲା ପ୍ରଶାସନର ନିର୍ଦେଶରେ କାର୍ଯ୍ୟ କରିାବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାରେ ମୋଟ୍ ୨୦୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୦ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories