www.samajalive.in
Monday, December 15, 2025
16.1 C
Bhubaneswar

ଉତ୍ତରପ୍ରଦେଶରେ ନିଯୁକ୍ତି ପାଇବେ ୧୯ ହଜାର ଡ଼ାକ୍ତର; ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସ୍ୱାସ୍ଥ୍ୟ ସେବାରେ ବିଶେଷଜ୍ଞଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ଉତ୍ତରପ୍ରଦେଶ ସରକାର ୧୯୦୦୦ରୁ ଅଧିକ ଡାକ୍ତର ପଦବୀ ଅନୁମୋଦନ କରିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅନୁମୋଦିତ ପଦଗୁଡ଼ିକ ମଧ୍ୟରୁ ୧୦୫୮୦ ଜଣ ଏମବିବିଏସ୍ ଡ଼ାକ୍ତର ଓ ଅବଶିଷ୍ଟ ୮୪୩୧ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଉତ୍ତରପ୍ରଦେଶ ସରକାର ନିଯୁକ୍ତି ଦେବେ ।

ବିଶେଷଜ୍ଞ ଡ଼ାକ୍ତରଙ୍କ ମଧ୍ୟରୁ ଅଧା ସିଧାସଳଖ ନିଯୁକ୍ତି ଦିଆଯିବ । ଅବଶିଷ୍ଟ ପଦଗୁଡ଼ିକୁ ପଦୋନ୍ନତି ଜରିଆରେ ପୂରଣ କରାଯିବ । ଏଲ୍-୧ ବର୍ଗରେ ୩୬୨୦ ଏମବିବିଏସ୍ ଡ଼ାକ୍ତରଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ । ସେହିପରି ଏଲ୍-୨ ବର୍ଗରେ ରହିଥିବା ୭୨୫୦ ଡ଼ାକ୍ତର ପଦ ମଧ୍ୟରୁ ୩୬୨୦ ଜଣ ସିଧାସଳଖ ନିଯୁକ୍ତି ପାଇବେ ଏବଂ ଅବଶିଷ୍ଟ ପଦଗୁଡ଼ିକ ପଦୋନ୍ନତି ଜରିଆରେ ପୂରଣ ହେବ । ଏଲ୍-୩ ବର୍ଗରେ  ଉପମୁଖ୍ୟ ମେଡ଼ିକାଲ ଅଫିସର, ମେଡ଼ିକାଲ ସୁପରିଟେଣ୍ଡେଷ୍ଟ ଓ ପରାମର୍ଶଦାତାଙ୍କ ପାଇଁ ୫୧୯୯ଟି ପଦ ସୃଷ୍ଟି କରାଯାଇଛି ।

- Advertisement -

ଅନୁରୂପ ଭାବରେ ଏଲ-୪ ବର୍ଗରେ ମୁଖ୍ୟ ଚିକିତ୍ସା ଅଧୀକ୍ଷକ, ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ, ଯୁଗ୍ମ ନିର୍ଦେଶକ ୨୮୨୫ ନୂଆ ପଦ ସୃଷ୍ଟି କରାଯାଇଥିବାବେଳେ ଏଲ୍ -୫ ବର୍ଗରେ ଅତିରିକ୍ତ ନିର୍ଦେଶକ, ମୁଖ୍ୟ ଅଧୀକ୍ଷକ, ମୁଖ୍ୟ ପରାମର୍ଶଦାତା ୧୦୫ଟି ପଦ ସୃଷ୍ଟି ହୋଇଛି । ଏମାନଙ୍କ ବ୍ୟତୀତ ୧୯ଟି ଏଲ୍-୬ ପଦ (ନିର୍ଦେଶକ) ଓ ୩ଟି ଏଲ୍-୭ (ବରିଷ୍ଠ ନିର୍ଦେଶକ) ପଦ ମଧ୍ୟ ପୂରଣ ହେବ ବୋଲି ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories