www.samajalive.in
Sunday, December 14, 2025
19.1 C
Bhubaneswar

ୟୁପିରେ କଂଗ୍ରେସର ବଡ଼ ପରାଜୟ, କାମ ଦେଲାନି ଭାଇ ଭଉଣୀଙ୍କ ଫର୍ମୁଲା

ଲଖନଉ: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଫଳତାର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶର ରାଜନୈତିକ ଇତିହାସରେ ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି କଂଗ୍ରେସ । ଗତ ନିର୍ବାଚନରେ ମଧ୍ୟ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିଲା । ଚଳିତ ନର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଗାନ୍ଧୀ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ହାଥ୍ରାସ୍ ଓ ଉନ୍ନାଓ ମାମଲାକୁ କଂଗ୍ରେସ ମୁଦ୍ଦା କରିଥିବା ବେଳେ ତାର କୌଣସି ପ୍ରଭାବ ବିଜେପି ଉପରେ ପଡ଼ିନାହିଁ । କଂଗ୍ରେସ କେବଳ ରାଜ୍ୟରେ ଆସନ ସଂଖ୍ୟା ହ୍ରାସ କରିନାହିଁ, ବରଂ ଭୋଟରେ ମଧ୍ୟ ହ୍ରାସ ଘଟିଛି । ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୬.୨୫ ପ୍ରତିଶତ ଭୋଟ୍ ପାଇଛି । ତା’ପରେ ସମାଜବାଦୀ ପାର୍ଟି ସହ ମିଳିତ ଭାବେ କଂଗ୍ରେସ ନିର୍ବାଚନରେ ପ୍ରବେଶ କରିଥିଲା ।

ଚଳିତଥର କଂଗ୍ରେସ ଏକଲା ଚାଲୋ ରଣନୀତି ଆପଣାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା । ହେଲେ ଲୋକ ମାନେ କଂଗ୍ରେସ ଉପରେ ଆସ୍ଥା ପ୍ରକାଶ କରିପାରିନଥିବା ଦେଖିବାକୁ ମିଳିଛି । ଦଳ ୨୦୧୭ ରେ ୬.୨୫ ପ୍ରତିଶତ ଭୋଟ୍ ତୁଳନାରେ ମାତ୍ର ୨.୩୩ ପ୍ରତିଶତ ଭୋଟ୍ ପାଇବାରେ ସଫଳ ହୋଇଛି । ଉତ୍ତରପ୍ରଦେଶରେ କଂଗ୍ରେସର ଅବସ୍ଥା ହଠାତ୍ ଖରାପ ହୋଇନାହିଁ । ଗତ ଅନେକ ନିର୍ବାଚନରୁ ଏହି ଧାରା ଦେଖାଯାଉଛି । ଦୀର୍ଘ ଦିନ ଧରି ରାଜ୍ୟରେ କ୍ଷମତାରେ ଥିବା ଦଳ ଧୀରେ ଧୀରେ ବିରୋଧୀ ଦଳ ହୋଇଛି । ବର୍ତ୍ତମାନ ଯଦି ଆମେ ଆକଳନକୁ ଦେଖିବା ତେବେ ଜଣାପଡିଛି  ୟୁପି ନିର୍ବାଚନରେ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ।

- Advertisement -

ଶେଷ ଥର ପାଇଁ ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ୫୦ ରୁ ଅଧିକ ଆସନ ପାଇଥିଲା। ସେତେବେଳେ କଂଗ୍ରେସ ଉତ୍ତରପ୍ରଦେଶରେ ୨୬୯ ଟି ଆସନ ଜିତି ସରକାର ଗଠନ କରିଥିଲା । କିନ୍ତୁ ସେବେଠାରୁ ଦଳ ୫୦ ମାର୍କ ମଧ୍ୟ ଅତିକ୍ରମ କରିପାରୁ ନାହିଁ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories