ୟୁପିରୁ କେହି ଜଣେ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ: ଅଖିଳେଶ

0

ଭୋପାଳ : ଉତ୍ତରପ୍ରଦେଶରୁ କେହି ଜଣେ ନେତା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ତେବେ ଏହି ପ୍ରଧାନମନ୍ତ୍ରୀ ପଦରେ କିଏ ବସିବ ତାହା ସେ ସ୍ପଷ୍ଟ କରି ନାହାନ୍ତି। ତେବେ ଅଖିଳେଶଙ୍କ ମନ୍ତବ୍ୟରୁ ଜଣାପଡୁଛି ସିଏ ନିଜେ କିମ୍ବା ବିଏସପି ମୁଖ୍ୟ ମାୟାବତୀ ପ୍ରଧାନମନ୍ତ୍ରୀ ହେବେ। ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ହୋଇ ଲଢିବାକୁ ଯୋଜନା କରିଛନ୍ତି। ଦୁଇ ଦଳର ମେଣ୍ଟ ଯଦି ଉତ୍ତର ପ୍ରଦେଶରେ ସର୍ବାଧିକ ଆସନ ହାସଲ କରିବାରେ ସମର୍ଥ ହୁଏ ତେବେ ସେମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇପାରନ୍ତି।

Leave A Reply