www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଅଧିକାରୀଙ୍କ ଅହେତୁକ ଅନୁକମ୍ପା, ରାଜକୋଷକୁ ପହଞ୍ଚୁଛି ବିପୁଳ କ୍ଷତି

ଭୁବନେଶ୍ୱର :ରାଜ୍ୟ ସରକାର ପ୍ରଶାସନକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଗତିଶୀଳ କରିବାପାଇଁ ୫-ଟି ଭଳି ଅନେକ ଯୋଜନା ହାତକୁ ନେଇଛନ୍ତି। ହେଲେ ଢ଼ୋଲ ଭିତରେ ମୂଷା ନ୍ୟାୟରେ ତୃଣମୂଳସ୍ତରରେ ଏସବୁକୁ କେହି ଦୃଷ୍ଟି ଦେଉ ନଥିବା ପରିଲକ୍ଷିତ ହୋଇଛି।  ଫଳରେ ସରକାରଙ୍କ ସବୁ ଯୋଜନା ଫସରଫାଟି ଯାଉଛି। କେଉଁଠି ଅଧିକାରୀ କୋଟି କୋଟି ଟଙ୍କାର ମୁନାଫା କରି ପାର୍ ହୋଇଗଲା ପରେ ବି ସରକାର ଧରି ପାରୁ ନାହାନ୍ତି । ଯଦି ବା କେଉଁଠି ଚିହ୍ନଟ କରୁଛନ୍ତି ସେଠାରେ ଉପରିସ୍ଥ ଅଧିକାରୀ ତାଙ୍କୁ ଏଭଳି ଘଣ୍ଟ ଘୋଡାଉଛନ୍ତି ଯେ ତାହା ସରକାରଙ୍କ ନଜରକୁ ଆସୁନି। ସମୀକ୍ଷାବେଳେ ଲକ୍ଷାଧିକ ଟଙ୍କା ହେରଫେର ନେଇ କେବଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଖାଲି ମାମଲା ରୁଜୁ ହେଉଛି। ହେଲେ ଫଇସଲା ହେଲାବେଳକୁ କେଉଁଠି ଦୁର୍ନୀତିଗ୍ରସ୍ତ ଅଧିକାରୀ ବା କର୍ମଚାରୀଙ୍କ ମୃତ୍ୟୁ ହୋଇ ଯାଉଛି ତ ଆଉ କେଉଁଠି ଅବସର ନେଇ ମଉଜ ମଜଲିସ୍ କରୁଛି। ଏହିଭଳି ପୁଳା ପୁଳା ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ରିପୋର୍ଟ ସରକାରରେ ଗଡୁଥିବାବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଉଦାହରଣ ଏଠାରେ ଦର୍ଶାଯାଇଛି।

ସୂଚନା ଅନୁଯାୟୀ ଜଳସମ୍ପଦ ବିଭାଗ ଅଧୀନରେ ମାଲକାନାଗିରିର ବାଲିମେଳା ପ୍ରକଳ୍ପରେ ୨୦୦୭ରେ ପ୍ରାୟ ୩.୮୭କୋଟି ଟଙ୍କାର ହେରଫେର ହୋଇଛି। ଏଥିରେ ବହୁ ଅଧିକାରୀ ଓ ଯନ୍ତ୍ରୀ ସଂଶ୍ଲିଷ୍ଟ ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଉକ୍ତ ଟଙ୍କାର ସଠିକ୍ ହିସାବ ସରକାରୀ ଖାତାକୁ ଆସିପାରୁ ନାହିଁ। ୨୦୦୭ରୁ ୨୦୧୧ ମଧ୍ୟରେ ଏହି ପରିମାଣର ଦୁର୍ନୀତି ସମୀକ୍ଷା ବେଳେ ଧରାପଡ଼ିଥିଲେ ବି ସରକାର ଉକ୍ତ ଅର୍ଥ ଆଦାୟ କରିବା ଦିଗରେ ଠୋସ ପଦକ୍ଷେପ ନେଇ ନାହାନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ କେବଳ ବାରମ୍ବାର ପତ୍ରଲେଖି ସେଠାକାର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ଯଥାପୂର୍ବଂ ତଥା ପରଂ ନ୍ୟାୟରେ କିଛି ସୁଫଳ ମିଳୁନାହିଁ। ଇତିମଧ୍ୟରେ  ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ୮ଟି ପତ୍ର ନିର୍ବାହୀ ଅଧିକାରୀଙ୍କ ଲେଖିଲେଣି, ମାତ୍ର ଟଙ୍କା ରାଜକୋଷକୁ ଫେରୁନାହିଁ। କାଳୀ କମଳ ପାଢ଼ୀ ନାମକ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ନାମରେ ୧୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେରଫେର ନେଇ ଖାତାରେ ଗଡୁଛି। ଶ୍ରୀ ପାଢ଼ୀ ୨୦୧୧ରୁ ଅବସର ନେଲେଣି। ହେଲେ ସରକାର କା ମାଲ୍ ଦରିଆରେ ଡାଲ ନ୍ୟାୟରେ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ତେବେ ଖାଲି ଶ୍ରୀ ପାଢ଼ୀଙ୍କ କ୍ଷେତ୍ରରେ ଏଭଳି ହେଉଛି ତାହା ନୁହେଁ, ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ଲୋକାଲ ଅଡିଟ ଫଣ୍ଡ ପକ୍ଷରୁ ଗଜପତି ଜିଲାର ପାରଳାଖେମୁଣ୍ଡି ପଞ୍ଚାୟତରେ ୪୬ହଜାର ୩୮୪ ଟଙ୍କା ଅନିୟମିତତା ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଛି।

- Advertisement -

ଏହାବାଦ୍ ଢ଼େଙ୍କାନାଳ ଜିଲା କାଇମାଟି ପଞ୍ଚାୟତରେ ୬୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ହେରଫେର ହୋଇଥିବାବେଳେ ଓଡପଡାର କୋଟାମ ପଞ୍ଚାୟତରେ ୨୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଓ ସଦାଶିବପୁର ପଞ୍ଚାୟତରେ ୧୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ହେରଫେର ହୋଇଛି। ଏନେଇ ଭିଜିଲାନ୍ସକୁ ଅବଗତ କରାଯାଇଛି ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories