www.samajalive.in
Friday, December 12, 2025
14.1 C
Bhubaneswar

ଇସ୍ପାତ୍‍ କାରଖାନାରୁ ଏପର୍ଯ୍ୟନ୍ତ ୧.୪୩ ଲକ୍ଷ ମେଟ୍ରିକ୍‍ ଟନ୍‍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଛି : ଧର୍ମେନ୍ଦ୍ର ପ୍ରଧାନ

-ରାଷ୍ଟ୍ରାୟତ ଇସ୍ପାତ୍‍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ ଯୋଗାଇଛନ୍ତି
-ରାଉରକେଲା ଇସ୍ପାତ କାରଖାନା ଏବଂ ଟାଟା ଷ୍ଟିଲର କଳିଙ୍ଗ ନଗର କାରଖାନାରୁ ଦିଲ୍ଲୀକୁ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଇ ଦିଆଯାଉଛି
-ଭାଇଜାଗର ଆରଆଇଏନଏଲ ଏବଂ ବୋକାର ଇସ୍ପାତ କାରଖାନାରୁ ଅକ୍ସିଜେନ ଟ୍ରେନ୍‍ ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶକୁ ପଠାଯାଇଛି
-ମେଡ଼ିକାଲ ଅକ୍ସିଜେନ୍‍ ଉତ୍ପାଦନ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ଇସ୍ପାତ୍‍ କାରଖାନା

ନୂଆଦିଲ୍ଲୀ/ଭୁବନେଶ୍ୱର : ସାରା ଭାରତବର୍ଷର ଇସ୍ପାତ୍‍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍‍ ଟନ୍‍ ଲିକ୍ୟୁଇଡ୍‍ ମେଡ଼ିକାଲ ଅକ୍ସିଜେନ୍‍ ଉପଲବ୍ଧ କରାଯାଇଛି। ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍‍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ ଉପଲବ୍ଧ କରାଇଛନ୍ତି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ୍‍-୧୯ ମହାମାରୀର ବିରୋଧରେ ଲଢ଼େଇ କରିବା ପାଇଁ ଦେଶ ଏକାଠୀ ହୋଇଛି। ଇସ୍ପାତ୍‍ କ୍ଷେତ୍ର ମଧ୍ୟ ଏହି କୋଭିଡ୍‍-୧୯ ଯୁଦ୍ଧରେ ଦେଶବାସୀଙ୍କ ସାଙ୍ଗରେ ରହିଛନ୍ତି। ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡ଼ିକ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଉଛନ୍ତି। ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା ଏବଂ ଟାଟା ଷ୍ଟିଲର କଳିଙ୍ଗ ନଗର କାରଖାନାରୁ ଦିଲ୍ଲୀକୁ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଯାଉଛି।

- Advertisement -
Image : Tweeter

ଗତକାଲି ଭାଇଜାଗର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନଏଲ)ରୁ ଏକ ଅକ୍ସିଜେନ ଟ୍ରେନ ମହାରାଷ୍ଟ୍ରକୁ ପଠା ଯାଇଛି। ଆଜି ମଧ୍ୟ ବୋକାରୋ ଇସ୍ପାତ୍‍ କାରଖାନାରୁ ଅନ୍ୟ ଏକ ଅକ୍ସିଜେନ୍‍ ଟ୍ରେନ୍‍ ଉତରପ୍ରଦେଶକୁ ପଠାଯାଇଛି। ବର୍ତମାନର କଠିନ ସମୟରେ ଇସ୍ପାତ୍‍ କମ୍ପାନୀମାନେ ଏକାଠି ହେବା ସହ ଦେଶର ଆହ୍ୱାନ କ୍ରମେ ମେଡ଼ିକାଲ ଅକ୍ସିଜେନ୍‍ ଉତ୍ପାଦନ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories