www.samajalive.in
Friday, December 12, 2025
27.1 C
Bhubaneswar

ନିର୍ମାଣ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଆବଶ୍ୟକ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଆୟୋଜିତ ଉନ୍ମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣି ଓ ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।

ଶ୍ରୀ ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଆଜିର ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ। ଗତାନୁଗତିକ ଧାରାରୁ ବାହାରକୁ ଆସି ନୂଆ ନୂଆ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ। ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ, ଆମେ ସମସ୍ତେ ଜନସାଧାରଣଙ୍କ ସେବକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାଣୀକୁ ସବୁବେଳେ ମନେରଖିବା ସହ ୫-‘ଟି’ ଆଧାରରେ କାର୍ଯ୍ୟ କରିବାକୁ ସେ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଥିଲେ।

- Advertisement -


ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମ ସରକାର ବିଗତ କିଛି ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ସମଗ୍ର ଦେଶ ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ସମ୍ମିଳନୀରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଗତିକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରା କରିବା ପାଇଁ କାର୍ଯ୍ୟ ଆରମ୍ଭର ପ୍ରଥମ ଦିନରୁ ପଣ କରିବାକୁ ପଡ଼ିବ। ଏଥି ସହିତ କାର୍ଯ୍ୟର ଗୁଣବତ୍ତା ଉପରେ ସବୁବେଳେ ଧ୍ୟାନଦେବାକୁ ପଡ଼ିବ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ।


ଏହି ସମ୍ମିଳନୀରେ ନିର୍ମାଣ ବିଭାଗ କମିଶନର ତଥା ଶାସନ ସଚିବ ଡ.କ୍ରିଷ୍ଣନ କୁମାର ସ୍ୱାଗତ ଭାଷଣ ଦେବା ସହ ରାଜ୍ୟ ସରକାର କୋଠାବାଡ଼ି, ସେତୁ, ରାସ୍ତା ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାପକ କରିବା ସହ ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର, ପଶ୍ଚିମ ଓଡ଼ିଶାର ସମଲେଶ୍ୱରୀ ପୀଠ ଆଦିର ଉନ୍ନତିକରଣ ପାଇଁ ଅନେକ ଆଖିଦୃଶିଆ ଉଦ୍ୟମ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories