www.samajalive.in
Saturday, December 6, 2025
23.1 C
Bhubaneswar

ଟିକା ପ୍ରସ୍ତୁତ କରି ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଶକ୍ତିର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

-ଦେଶବ୍ୟାପୀ ଟୀକାକରଣ ଅଭିଯାନ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ
-ସ୍ୱଦେଶୀ ଟିକା ପ୍ରସ୍ତୁତ ଆତ୍ମନିର୍ଭର ଭାରତରେ ସବୁଠୁ ବଡ଼ ଅଧ୍ୟାୟ
-ଓଡ଼ିଶା ଓ ଭାରତବର୍ଷରେ କରୋନା ଟୀକାକରଣର ସଠିକ୍ କ୍ରିୟାନ୍ୱୟନ ହେବ ବୋଲି ମୋ ବିଶ୍ୱାସ
-ଭାରତ ସରକାରଙ୍କ କୋଭିଡ୍ ନିୟମ ପାଳନ ସହ ଅପପ୍ରଚାର ଠାରୁ ଦୁରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର :  କରୋନା ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ତଥା ଆତ୍ମନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ ଲେଖିଛି ବୋଲି ଶନିବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ବିଶ୍ୱର ସବୁଠୁ ବଡ ଟୀକାକରଣ ଅଭିଯାନ ଆରମ୍ଭ ହେବା ପ୍ରସଙ୍ଗରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପ୍ରଧାନ
କହିଛନ୍ତି ଯେ କରୋନା ମହାମାରୀ ବିରୁଦ୍ଧରେ ମାନବତାର ଲଢ଼େଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ
ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୁତପୂର୍ବ କ୍ଷଣ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ
କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର
୩ କୋଟି ଲୋକଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଓଡ଼ିଶା ସମେତ ଭାରତବର୍ଷରେ କରୋନା ଟୀକାକରଣର ସଠିକ୍ କ୍ରିୟାନ୍ୱୟନ ହେବ ବୋଲି ମୋର ବିଶ୍ୱାସ ।
ଆମର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମରେ ଦେଶ ଆଜି ଏକ କୀର୍ତିମାନ ରଚିବାକୁ ଯାଉଛିା କରୋନା
ବିରୁଦ୍ଧରେ ଏହି ନିର୍ଣ୍ଣାୟକ ପର୍ଯ୍ୟାୟକୁ ସମର୍ଥନ କରି ଦେଶ ଦ୍ୱାରା ଲେଖାଯାଉଥିବା “ଆରୋଗ୍ୟତା”ର ଏହି ଲିପିବଦ୍ଧରେ ନିଜର ଯୋଗଦାନ ଦେବା ପାଇଁ ସମସ୍ତ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସେହିପରି ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ। କରୋନା ସଂକଟ ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ସମସ୍ତଙ୍କୁ ସତର୍କ ରହିବା ସହ ଭାରତ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା ଓ ଅପପ୍ରଚାର ଠାରୁ ଦୁରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories