www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ବର ଏମ୍‌ସରେ କରୋନା ଟିକାକରଣ ଆରମ୍ଭ, ପ୍ରଥମ ଟିକା ନେଲେ ନିର୍ଦେଶିକା ବି.ଗୀତାଞ୍ଜଳି

ଭୁବନେଶ୍ବର: ସାରା ଦେଶରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିବା ପରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ଆଜି ଭୁବନେଶ୍ବର ଏମ୍‌ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ)ରେ ମଧ୍ୟ କରୋନା ଟିକାକରଣ ଆରମ୍ଭ କରାଯାଇଛି। ଏଠାରେ ଭୁବନେଶ୍ବର ଏମ୍‌ସ ନିର୍ଦେଶିକା ବି.ଗୀତାଞ୍ଜଳିଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।


ଭୁବନେଶ୍ବର ଏମ୍‌ସରେ ୬୫୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବା ପାଇଁ ପଞ୍ଜୀକରଣ ହୋଇଛି। ସେଥିମଧ୍ୟରୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଛି। ସେଥିମଧ୍ୟରୁ ୪୪ଜଣ ଡାକ୍ତର, ୨୯ଜଣ ନର୍ସିଂ ଅଧିକାରୀ, ୧୪ଜଣ ନିରାପତ୍ତା କର୍ମଚାରୀ ଏବଂ ୧୩ଜଣ ହାଉସ୍‌ କିପିଂ ଷ୍ଟାଫ୍‌ଙ୍କୁ କରୋନା ଟିକା ଦିଆଯାଇଛି। ଆଜି କରୋନା ଟିକା ଗ୍ରହଣ କରିଥିବା ସମସ୍ତ ହିତାଧିକାରୀଙ୍କୁ ୩୦ମିନିଟ୍‌ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା ଏବଂ କାହାର ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ହୋଇନଥିବା ଜଣାପଡ଼ିଥିଲା। ଭୁବନେଶ୍ବର ଏମ୍‌ସ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ସପ୍ତାହେ ମଧ୍ୟରେ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories