www.samajalive.in
Sunday, December 7, 2025
26.1 C
Bhubaneswar

ଆର୍ସେଲର ମିତଲ ଓ ନିପନ ଷ୍ଟିଲର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

• କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ୍‍ ପ୍ରତିଷ୍ଠାନରେ ସହଯୋଗୀ ହେବାକୁ ଆହ୍ୱାନ
• ରାଜ୍ୟର ଶିଳ୍ପାୟନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବଦୋୟ ମିଶନରେ କମ୍ପାନୀର ରହିଛି ମହତ୍ୱପୂର୍ଣ୍ଣ ଭୂମିକା
• ଦେଶରେ ବାର୍ଷିକ ୩୦ ମିଲିୟନ ଟନ ଇସ୍ପାତ୍‍ ଉତ୍ପାଦନର ଲକ୍ଷ୍ୟ ରଖିଛି ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍‍
ନୂଆଦିଲ୍ଲୀ/ଭୁବନେଶ୍ୱର : ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍‍ କମ୍ପାନୀର ବରିଷ୍ଠ ଅଧିକାରୀ, ଇସ୍ପାତ୍‍ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଯୋଗଦେବା ଅବସରରେ ପାରାଦୀପ ପେଲେଟ୍‍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍‍ ହବରେ ପୁଞ୍ଜିନିବେଶ କରିବା ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ (ଏ୍‍ଏମ୍‍ଏନ୍‍ଏସ୍‍) କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ୍‍ ଭଳି ଯୌଥ ଉଦ୍ୟୋଗ ପୂର୍ବ ଭାରତରେ ନିଜର କ୍ଷମତା ସମ୍ପ୍ରସାରଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବଦୋୟ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଓଡ଼ିଶାରେ ବାର୍ଷିକ ଅତିରିକ୍ତ ୧୨ ମେଟ୍ରିକ ଟନ୍‍ ଇସ୍ପାତ ଉତ୍ପାଦନ ଯୋଜନାରେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ୍‍ ଓଡ଼ିଶାର ଶିଳ୍ପାୟନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ।
ସେହିପରି ପାରାଦୀପ ପ୍ଲାଣ୍ଟର କ୍ଷମତା ବୃଦ୍ଧି ହେଲେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ ଦେଶରେ ଲକ୍ଷ୍ୟ
ରଖିଥିବା ବାର୍ଷିକ ୩୦ ମିଲିୟନ ଟନ(ଏମଟିପିଏ)ର ଇସ୍ପାତ୍‍ ଉତ୍ପାଦନ କ୍ଷମତାକୁ ହାସଲ କରିପାରିବ ବୋଲି
ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ ସମନ୍ୱିତ ଇସ୍ପାତ ପେଣ୍ଠସ୍ଥଳି କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ୍‍ ପ୍ରତିଷ୍ଠାନରେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲକୁ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ। ଏହାସହ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା, ପ୍ରତିଯୋଗିତାମୂଳକ, ଉନ୍ନତମାନର ଇସ୍ପାତ୍‍, କ୍ୟାପିଟାଲ ଗୁଡ୍‍ ଏବଂ ଭାରତରେ ବିଶ୍ୱମାନର ଇସ୍ପାତ୍‍ ବ୍ୟବହାରକୁ ବଢ଼ାଇବା ଦିଗରେ ଦୃଷ୍ଟି ଦେବା ସହ ଭାରତୀୟ ଇସ୍ପାତ୍‍ ଅଧିକ ହେବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।
ଉଲ୍ଲେଖନୀୟ ଯେ, ଏହି ବୈଠକରେ ଆର୍ସେଲର ମିତଲ କମ୍ପାନୀର ଅଧିକାରୀ ଓ ନିପନ ଷ୍ଟିଲ୍‍ ଇଣ୍ଡିଆର ଅଧିକାରୀ ମାନେ ଯୋଗଦେଇ ଭବିଷ୍ୟତର ରୋଡମ୍ୟାପ୍‍, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ରାଷ୍ଟ୍ରୀୟ ଇସ୍ପାତ୍‍ ନୀତିରେ ଲକ୍ଷ୍ୟ ରଖାଯାଇଥିବା ବାର୍ଷିକ ୩୦୦ ମିଲିୟନ ଟନ(ଏମଟିପିଏ)ର ଇସ୍ପାତ ଉତ୍ପାଦନ ଏବଂ ଏଥିରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍‍ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ୩୦ ମିଲିୟନ ଟନ୍‍ ଇସ୍ପାତ୍‍ ଉତ୍ପାଦନ ଉପରେ ଆଲୋଚନା କରାଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories