କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରୀ ଅର୍ଗସ ହେଲ୍ଥ କନକ୍ଲେଭର ଅତିଥି

ଓଡ଼ିଶାରେ ସୁଲଭ, ସୁବିଧାଜନକ ଏବଂ ସମନ୍ବିତ ସ୍ବାସ୍ଥ୍ୟସେବା ନେଇ ଆଲୋଚନା
ଭୁବନେଶ୍ବର, : ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ବିଶ୍ଵରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ବଜାୟ ରଖିଛି । ସେଥିପାଇଁ ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦ, ଯୋଗ, ହୋମିଓପାଥିକୁ ଅଧିକ ଗୁରୁତ୍ଵ ଦେଇଛି । ନିରୋଗ ରହିବା ପାଇଁ ଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିବା ବେଳେ ଅନ୍ତର୍ଜାତୀୟ କ୍ଷେତ୍ରରେ ଯୋଗର ପ୍ରଚାର ପ୍ରସାର ହୋଇଛି । ୧୩୫ରୁ ଅଧିକ ଦେଶରେ ଯୋଗର ପ୍ରଚାର ପ୍ରସାର ମଧ୍ୟ ହୋଇଛି । ଆଜି ଅର୍ଗସ ପକ୍ଷରୁ ଆୟୋଜିତ  ‘ଓଡ଼ିଶା ହେଲ୍ଥ କନେକ୍ଟ ସିଜିନ୍-୨’ କନକ୍ଲେଭରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଜୟ ଜଗନ୍ନାଥ ଓ ଜୟ ସିୟାରାମ କହି କେନ୍ଦ୍ରମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିବା ବେଳେ ଏଭଳି ଏକ କାର‌୍ୟ୍ୟକ୍ରମ ପାଇଁ ଅର୍ଗସକୁ ଧନ୍ୟବାଦ ଦେଇଛନ୍ତି । ଭାରତରେ ମେଡିକାଲ ଓ ପର‌୍ୟ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ହେବା ଜରୁରୀ । ସାଧାରଣ ଲୋକଙ୍କ ପାଇଁ ଆୟୁଷ ଚିକିତ୍ସା ଅପରିହାର‌୍ୟ୍ୟ ବୋଲି ମଧ୍ୟ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆୟୁଷ ମନ୍ତ୍ରାଳୟ ଭଲ କାମ କରୁଛି, ଯେଉଁଛିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଚି ବୋଲି ମଧ୍ୟ କହିଛନ୍ତି ସୋନୱାଲ ।
prayash
  ଅର୍ଗସ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଦେଶର ସ୍ବାସ୍ଥ୍ୟକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶିକ୍ଷାବିତ୍ ମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ଓଡ଼ିଶାରେ ସୁଲଭ, ସୁବିଧାଜନକ ଏବଂ ସମନ୍ବିତ ସ୍ବାସ୍ଥ୍ୟସେବା ଉପରେ କନକ୍ଲେଭରେ ଆଲୋଚନା ହୋଇଛି । ସର୍ବଭାରତୀୟସ୍ତରରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଏବଂ ଓଡିଶାରେ ସ୍ବାସ୍ଥ୍ୟସେବାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ସେହିପରି ସାମଗ୍ରିକ ଏବଂ ପ୍ରତିଷେଧକ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ କନକ୍ଲେଭରେ ଆଲୋକପାତ କରାଯାଇଛି ।
ଜୀବନଶୈଳୀରେ ପରିବର୍ତ୍ତନ ଆଣିବା, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ଥାପିତ ସ୍ବାସ୍ଥ୍ୟସେବାକୁ ଏକୀକୃତ କରିବା ସହ ଟେକ୍ନୋଲୋଜି ଏକକୀକରଣ ଏବଂ ଜୀବିକା ସୃଷ୍ଟି ବିଷୟବସ୍ତୁ ଉପରେ ହୋଇଛି ଆଲୋଚନା।

Comments are closed.