www.samajalive.in
Saturday, December 6, 2025
14.1 C
Bhubaneswar

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଓଡ଼ିଶାବାସୀ ଗର୍ବିତ : ନିତ୍ୟାନନ୍ଦ ରାଏ

ଭୁବନେଶ୍ବର :  ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି ଭାରତର ରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏର ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପସନ୍ଦ କରିଥିବାରୁ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛନ୍ତି। ଶ୍ରୀ ରାଏ ଗଣମାଧ୍ୟମକୁ କହିଛନ୍ତି ଓଡ଼ିଶାର କନ୍ୟା ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କ କୃତଜ୍ଞତା ସହ ସେ ସାମିଲ ହୋଇଛନ୍ତି । ଶ୍ରୀ ରାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯେଜନାର ସମୀକ୍ଷା କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର  ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍‍ ବର୍ଲା ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ମାଲକାନଗିରିଠାରେ କେନ୍ଦ୍ରୀୟ ଯେଜନାର ସମୀକ୍ଷା କରି ସାମ୍ବାଦିକମାନଙ୍କୁ ଶ୍ରୀ ବର୍ଲା କହିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆୟୁଷ୍ମାନ ଭାରତ ଏବଂ ପି.ଏମ୍‍. କିଷାନ ସମ୍ମାନ ନିଧି ରାଜ୍ୟର ହିତାଧିକାରୀମାନଙ୍କର ଉପକାର କରିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories