www.samajalive.in
Saturday, December 6, 2025
15.1 C
Bhubaneswar

ଦ୍ରୁତ ନଦୀ ପ୍ରବାହରେ ଭାସିଗଲା କାର ; ଚାଲିଗଲା ୯ ଜଣଙ୍କ ଜୀବନ

ଡେରାଡୁନ : ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରାମନଗରର ଦେଲା ନଦୀ କୂଳରେ ଏକ ବଡ ଅଘଟଣ ଘଟିଛି। ପଞ୍ଜାବରୁ ପତିଆଲା ନିବାସୀ ପର୍ଯ୍ୟଟକଙ୍କ କାର ଦେଲା ନଦୀର ଦ୍ରୁତ ପ୍ରବାହରେ ଭାସି ଯାଇଛି। ଫଳରେ ୯ ଜଣଙ୍କ ଜୀବନ ଚାଲି ଯାଇଛି। କାରରେ ଥିବା ୧୦ ପର୍ଯ୍ୟଟକ ଦେଲା ରାମନଗର ସ୍ଥିତ ରିସର୍ଟରେ ରହି ଫେରୁଥିଲେ।
ରାମନଗରର ଦେଲା ନଦୀର ପ୍ରବାହରେ ସକାଳେ ପର୍ଯ୍ୟଟକଙ୍କ ଗାଡି ଭାସି ଯାଇଥିଲା। କାରରେ ଥିବା ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ।
ସୂଚନାନୁଯାୟୀ, ଗୋଟିଏ କାରରେ ପ୍ରାୟ ୧୦ ଜଣ ପର୍ଯ୍ୟଟକ ରିସର୍ଟରେ ରହି ଫେରୁଥିଲେ। ଭୋର ପ୍ରାୟ ୫ଟା୪୫ରେ ପର୍ଯ୍ୟଟକ ଦେଲା ନଦୀର ପୋଲ ରାସ୍ତାରେ ପହଞ୍ଚିଥିଲେ। ନଦୀରେ ଦ୍ରୁତ ପ୍ରବାହ ଆସିବା କାରଣରୁ କାରଟି ନଦୀ ଜଳରେ ଭାସି ଯାଇଥିଲେ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories