www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତା ପାର୍ଶ୍ୱରୁ ମାଟି ତାଡ଼ି ବିଲରେ ମିଶାଇଲେ ଲୋକେ; ବିପଜ୍ଜନକ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା

ବେଗୁନିଆ : ବେଗୁନିଆ ବ୍ଲକ କଣ୍ଟାବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିନୋଟି ଗ୍ରାମକୁ ସଂଯୋଗ କରୁଥିବା ଏକ ମାତ୍ର ମୁଖ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାଟିକୁ ଏବେ କିଛି ଲୋକ ରାସ୍ତା କଡରୁ ମାଟି ହାଣି ବିଲରେ ମିଶାଇ ଦେବା ଯୋଗୁଁ ରାସ୍ତାଟି ଭୁଶୁଡି ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି । ଫଳରେ ଲୋକମାନଙ୍କ ଯାତାୟତରେ ବହୁ ଅସୁବିଧା ଦେଖାଦେବ।ସେଥିପାଇଁ ତିନୋଟି ଗ୍ରାମର ଜନସାଧାରଣ ଏ ସଂକ୍ରାନ୍ତରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି, ତହସିଲଦାର ଥାନା ଅଧିକାରୀ, ବେଗୁନିଆ ଏବଂ ସରପଞ୍ଚ ଓ ସମିତିସଭ୍ୟ କଣ୍ଟାବାଡ଼ଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ପଞ୍ଚାୟତର ତଣ୍ଡାଳ, ଯେମାବନ୍ତଦେଇ ଏବଂ କାଚେରା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାଟି ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ମାତ୍ର କାଚେରା ଗ୍ରାମର ନରସିଂହ ସାମନ୍ତରାୟ ଏବଂ ତାଙ୍କର ଦୁଇ ପୁଅ ରସାନନ୍ଦ ସାମନ୍ତରାୟ ଏବଂ ସଦାନନ୍ଦ ସାମନ୍ତରାୟଙ୍କର ରାସ୍ତା କଡରେ ତିନି ଗୋଟି ଚାଷ ଜମି ରହିଛି ।ରାସ୍ତା ନିର୍ମାଣ ସମୟରେ ଉକ୍ତ ବ୍ୟକ୍ତିମାନଙ୍କ ପ୍ରତିବାଦ ଯୋଗୁଁ ସରକାରୀ ଅମିନଙ୍କ ଦ୍ୱାରା ମାପ କରାଯାଇ ୩୦ଫୁଟରୁ ଅଧିକା ଚଉଡା ରାସ୍ତା ଥିବାର ଜଣାପଡିଥିଲା । ଆବଶ୍ୟକ ମୁତାବକ ଜାଗାରେ ରାସ୍ତା ନିର୍ମାଣ ହୋଇ ସାରିବା ପରେ ଉକ୍ତ ବ୍ୟକ୍ତିମାନେ ବଳକା ଜାଗାକୁ ନିଜ ଚାଷ ଜମିରେ ମିଶାଇ ଦେଇଛନ୍ତି । ଏହାପରେ ଏବେ ଜେସିବି ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିମାନେ ଏକ ଶହ ମିଟର ଲମ୍ବ ଓ ୫ ଫୁଟ ଓସାରର ରାସ୍ତାକୁ କାଟି ନିଜ ବିଲରେ ମିଶାଇ ଦେଇଛନ୍ତି । ଫଳରେ ବର୍ଷା ଋତୁରେ ରାସ୍ତାଟି ସମ୍ପୂର୍ଣ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ରାସ୍ତାଟି ନଷ୍ଟ ହୋଇଗଲେ ଲୋକମାନେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ।ଏପରିକି ରାସ୍ତା କଡରେ ମେଗା ୱାଟର ପ୍ରୋଜେକ୍ଟ ପାଇଁ ପାଣି ପାଇପ ପକାଇବାକୁ ଆସିଥିବା ଠିକାଦାରଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ପାଇଁ ବାପ ପୁଅ ଉଠିବାରୁ ଠିକାଦାର କାମ ନକରି ଫେରିଯିବା ପାଇଁ ବାଧ୍ୟ ହୋଇଥିଲେ । ଫଳରେ ସମ୍ପୃକ୍ତ ୩ଟି ଗ୍ରାମକୁ ପାଣି ପାଇପ ସଂଯୋଗ ହୋଇପାରୁ ନାହିଁ । ସମ୍ପୃକ୍ତ ବ୍ୟକ୍ତିମାନେ କାଚେରା ଗ୍ରାମର ରାସ୍ତା କଡରେ କ୍ଲବ ଘର ପାଇଁ ସରଂକ୍ଷିତ ସରକାରୀ ଜାଗାକୁ ଜୋର ଜବରଦସ୍ତ ଦଖଲରେ ରଖିଛନ୍ତି । ରାସ୍ତାକଡରେ ଥିବା ସରକାରୀ ଜାଗାକୁ ଦଖଲ କରି ରାସ୍ତା ଉପରେ ପ୍ରାଚୀର ନିର୍ମାଣ କରିଥିବାରୁ ରାସ୍ତାଟି ସଙ୍କୁଚିତ ହୋଇଯାଇଛି ଫଳରେ ସମ୍ପୃକ୍ତ ସ୍ଥାନରେ ବହୁ ଦୁର୍ଘଟଣା ଘଟୁଛି । ଏ ସମ୍ପର୍କରେ ଜନସାଧାରଣ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଦିନରେ କାର୍ଯ୍ୟାନୁଷ୍ଠାନ ଶୂନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories