www.samajalive.in
Wednesday, December 10, 2025
18.1 C
Bhubaneswar

କୋଭିଡ୍‍ ହସ୍ପିଟାଲର ଲୋକାର୍ପଣ ଓ ଅମ୍ଳଜାନ ବଟଲିଂ ପ୍ଲାଂଟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
-ଅମ୍ଳଜାନ ବଟଲିଂ ପ୍ଲାଂଟ୍‍ ମଧ୍ୟପ୍ରଦେଶର ଅକ୍ସିଜେନ୍‍ ଆବଶକତାକୁ ପୂରଣ କରିବ
-୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲ୍‍ ସଂକ୍ରମିତଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ
-ମଧ୍ୟପ୍ରଦେଶର ୫୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‍ ହାର ୧%ରୁ କମ୍‍ ହୋଇପାରିଛି
-କରୋନାରୁ ରକ୍ଷା ପାଇବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଅସ୍ତ୍ର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅମ୍ଳଜାନ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍‍ ହସ୍ପିଟାଲର ଲୋକାର୍ପଣ ସହ ଟିକାକରଣ ଅଭିଯାନର ଶୁଭାରମ୍ଭ ଏବଂ ଅମ୍ଳଜାନ ବଟଲିଂ ପ୍ଲାଂଟ୍‍ର ଶିଳନ୍ୟାସ କରିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ବୀନା ରିଫାଇନାରୀ ନିକଟରେ ଲୋକାର୍ପିତ ଅମ୍ଳଜାନ ସୁବିଧା ସହ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍‍ ହସ୍ପିଟାଲ ସ୍ଥାନୀୟ କୋଭିଡ୍‍ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ। ସେହିପରି ଶିଳାନ୍ୟାସ ହୋଇ ଯାଇଥିବା ଅମ୍ଳଜାନ ବଟଲିଂ ପ୍ଲାଂଟ୍‍ କାର୍ଯ୍ୟକ୍ଷମ ହେଲେ ଏହି ପ୍ଲାଂଟରୁ ପ୍ରତିଦିନ ୨୫୦୦ ରୁ ୩୦୦୦ ବଡ ବଡ ସିଲିଣ୍ଡର ଅମ୍ଳଜାନ ରିଫିଲିଂ ହୋଇପାରିବ। ଏହା ଦ୍ୱାରା ମଧ୍ୟପ୍ରଦେଶର ଅକ୍ସିଜେନ୍‍ ଆବଶ୍ୟକତାକୁ ପୂରଣ କରାଯାଇପାରିବ।
କୋଭିଡ୍‍-୧୯ ସଂକଟ ସମୟରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ଯାଇ ମଧ୍ୟପ୍ରଦେଶ ସରକାର ସଂକଟ ପରିଚାଳନା ଟିମ ଗଠନ କରି ଦେଶ ପାଇଁ ଏକ ମଡ଼େଲ ତିଆରି କରିଛନ୍ତି। ଏହି ସଂକଟ ପରିଚାଳନା ଟିମ ଗଠନ କରାଯାଇ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରାଥମିକତା ଦିଆଯାଇଛି। ଲୋକମାନଙ୍କ ଘର ବୁଲି ସେମାନଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରୁଛି। ଫଳସ୍ୱରୂପ ମଧ୍ୟପ୍ରଦେଶର ୫୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ ହାର ୧ ପ୍ରତିଶତରୁ କମ୍‍ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶ ସମ୍ମୁଖରେ ଏଭଳି ଏକ ମଡ଼େଲ ତିଆରି କରିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ତାଙ୍କ ଟିମକୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଆଗାମୀ ଦିନରେ ସମ୍ଭାବ୍ୟ ଲହରକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଅସ୍ତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ୨୧ ଜୁନରୁ ସମସ୍ତଙ୍କୁ ମାଗଣା ଟିକାର ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଛି। ମଧ୍ୟପ୍ରଦେଶ ସରକାର ମଧ୍ୟ ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ଟିକା ଲଗାଇବାର ଲକ୍ଷ୍ୟ ରଖିଛନ୍ତି। ଦେଶରେ ଟିକାର ଅଭାବ ରହିବ ନାହିଁ ଏଥିପାଇଁ ଟିକା ପ୍ରସ୍ତୁତକାରୀ କମ୍ପାନୀର କ୍ଷମତା ଏବଂ ଉତ୍ପାଦନ ବଢ଼଼ାଇବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଜୁନ ଶେଷ ମାସ ସୁଦ୍ଧା ପ୍ରତିଦିନ ୧ କୋଟି ଟିକା ଉପଲବ୍ଧ ହେବାର ଆକଳନ କରାଯାଇଛି। କୌଣସି ରାଜ୍ୟରେ ଟିକାର ଅଭାବ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories