www.samajalive.in
Monday, December 15, 2025
14.1 C
Bhubaneswar

‘ପିଏମ୍ ଶ୍ରୀ’କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାରେ ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ବୋଲି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଆଜି ସେହି ଦିଗରେ ବୃହତ ପଦକ୍ଷେପ ସ୍ୱରୂପ ପିଏମ ଶ୍ରୀ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ୟ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ୨୭, ୩୬୦ କୋଟି ଟଙ୍କା ବ୍ୟୟରେ ଦେଶର ୧୪, ୫୯୭ ସ୍କୁଲର ବିକାଶ ସହ ଗୁଣାତ୍ମକ ମାନ ବୃଦ୍ଧି କରାଯିବ। ଦେଶର ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ ଶ୍ରୀ ସ୍କୁଲ ବିକଶିତ କରାଯିବ। ସ୍କୁଲ ଚୟନ ପାଇଁ ଏକ ପୋର୍ଟାଲ ଖୋଲାଯିବ। ରାଜ୍ୟ ସରକାର କିମ୍ବା ରାଜ୍ୟର ଅନୁମତିରେ ସ୍କୁଲ ଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ। ସ୍କୁଲ ଚୟନ ପାଇଁ ୬୦ରୁ ଅଧିକ ମାପଦଣ୍ଡ ପ୍ରସ୍ତୁତ କରାଯାଇଛି। ସ୍କୁଲର ପକ୍କା ଘର, ବିଜୁଳି ସଂଯୋଗ ସହ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ, ପିଇବା ପାଣି, ଖେଳପଡ଼ିଆ, ଦିବ୍ୟାଙ୍ଗଙ୍କ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମିକୁ ତଦାରଖ କରାଯିବ।

କୁକୁର ଚଢ଼ୁଛି ଲହା ଶିଡ଼ି; ଦେଖନ୍ତୁ ଭିଡିଓ

- Advertisement -

ବିଶ୍ୱର ଆବଶ୍ୟକତାକୁ ଧ୍ୟାନରେ ରଖି ଗ୍ରୀନ ସ୍କୁଲ କଳ୍ପନାରେ ପିଏମ ଶ୍ରୀ ସ୍କୁଲକୁ ନିର୍ମାଣ କରାଯିବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ। କେନ୍ଦ୍ର ସରକାର ଭର୍ଚ୍ଚୁଆଲ ଲ୍ୟାବର କଳ୍ପନା କରିଥିବା ବେଳେ ୩ଡି ଲ୍ୟାବର ମଧ୍ୟ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷା, ଉଦ୍ୟମିତା ଶିକ୍ଷା ସ୍କୁଲ ପାଠ୍ୟକ୍ରମର ଅଂଶବିଶେଷ ହେବ। କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ। ପୃଷ୍ଟିକର ବଗିଚା, ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ଜଳ ସଂରକ୍ଷଣ, ପାରମ୍ପରିକ ପଦ୍ଧତିରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ହାକାଥନ ଏବଂ ଏକ ସୁସ୍ଥକର ଜୀବନଶୈଳି ଆପଣାଇବା ପାଇଁ ସଚେତନ କରାଯିବ। ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଏଭଳି ଏକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ, ଯେଭଳି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ବିଭିନ୍ନ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ ହୋଇପାରୁଥିବେ । ଏହି ସ୍କୁଲ ଦ୍ୱାରା ପାଖାପାଖି ୨୦ ଲକ୍ଷ ବିଦ୍ୟାର୍ଥୀ ଲାଭବାନ ହେବେ। ପିଏମ ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories