ବଜେଟରେ ଶିକ୍ଷାକୁ ବିଶେଷ ଗୁରୁତ୍ୱ: ୧.୪୮ଲକ୍ଷ କୋଟି ବ୍ୟୟ ବରାଦ
ଉଚ୍ଚଶିକ୍ଷା ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ଇ-ଭାଉଚର ମାଧ୍ୟମରେ ଋଣ
ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଚଳିତ ବଜେଟରେ ଶିକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି । ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ୧.୪୮ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହାଦ୍ୱାରା ଶିକ୍ଷା, ରୋଜଗାର ଏବଂ କୌଶଳ ବିକାଶ ହେବ । ଅର୍ଥମନ୍ତ୍ରୀ କହିଛନ୍ତି ପ୍ରତିବର୍ଷ ୨୫ହଜାର ଛାତ୍ରଛାତ୍ରୀଙ୍କୁ ସହଯୋଗ ଲାଗି ମଡେଲ କୌଶଳ ଯୋଜନାରେ ଋଣ ଯୋଜନାକୁ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି । ବେସରକାରୀ କଲେଜରେ ଉଚ୍ଚଶିକ୍ଷା ପାଇଁ ପ୍ରତିବର୍ଷ ୧ଲକ୍ଷ ଛାତ୍ରଛାତ୍ରୀଙ୍କୁ ଋଣ ଯୋଗାଇ ଦିଆଯିବ । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇ-ଭାଉଚର ଜରିଆରେ ୩ପ୍ରତିଶତ ସୁଦ୍ଧ ହାରରେ ଋଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
Comments are closed.