ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ମେଗା ରିଟେଲ୍‌ ଏକ୍ସପୋ ୨୦୨୪ ଆୟୋଜିତ

ଭୁବନେଶ୍ୱର: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ମେଗା ରିଟେଲ୍‌ ଏକ୍ସପୋ
୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ
ସର୍ଭେଶ ରଞ୍ଜନ ଏହି ଏକ୍ସପୋକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ
ମୁଖ୍ୟ ଆର୍‌ ଦେବରାଜ, ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ ମୁଖ୍ୟ ରଞ୍ଜିତ ସିଂ, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ
ମୁଖ୍ୟ ନିରଞ୍ଜନ ବାରିକ, ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ର, ଭୁବନେଶ୍ୱର କ୍ଷେତ୍ରର ଉପ-
କ୍ଷେତ୍ରୀୟ ମୁଖ୍ୟ ଜିତେନ୍ଦ୍ର କୁମାର ସାମଲ, ଏମ୍‌ଏଲ୍‌ପି ମୁଖ୍ୟ ହରେରାମ ସାହା, ଆର୍‌ଏଲ୍‌ପି ଶାଖା ମୁଖ୍ୟ ହରେକୃଷ୍ଣ
ପାହି, ଭୁବନେଶ୍ୱର ସହର ଅନ୍ତର୍ଗତ ବିଭିନ୍ନ ଶାଖାର ଶାଖା ମୁଖ୍ୟ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ, ଆର୍‌ଏଲ୍‌ପି ଭୁବନେଶ୍ୱର ଓ ଏମ୍‌ଏଲ୍‌ପି ଭୁବନେଶ୍ୱରର ଅଧିକାରୀଗଣଙ୍କ ସମେତ ବ୍ୟାଙ୍କର ସମ୍ମାନୀୟ ଗ୍ରାହକମାନେ ଉପସ୍ଥିତଥିଲେ ।

ଏହି କାର୍ଯ୍ୟକ୍ରମରେ ୧୧ ଜଣ ପ୍ରତିଷ୍ଠିତ ବିଲ୍ଡର, ୭ ଜଣ ପ୍ରତିଷ୍ଠିତ କାର ଏବଂ ଗାଡି ଡିଲର, ୨ଟି ଶିକ୍ଷାନୁଷ୍ଠାନ ଓ ଭିସା ପରାମର୍ଶଦାତା ଫାର୍ମ, ଜଣେ ଟାଟା ରୁଫ୍‌ ଟପ୍‌ ସୋଲାର ଭେଣ୍ଡର, ଷ୍ଟାର ୟୁନିୟନ୍‌ ଡାଇଚି ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଇଣ୍ଡିଆ ଫାଷ୍ଟ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ, କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ, ମଣିପାଲ ସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଏବଂ ୟୁବିଆଇ ସର୍ଭିସେସ୍‌ ଲିଃ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର ଡିଲରମାନେ ନିଜ ନିଜର ଗାଡି ପ୍ରଦର୍ଶନ କରିଥିଲେ । ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଆଭିମୁଖ୍ୟ ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରାଇଥିବା ସହ ଗ୍ରାହକମାନଙ୍କୁ ସାଙ୍କସନ୍‌ ଆଡଭାଇସ୍‌ ଏବଂ ଇନ୍‌-ପ୍ରିନ୍ସପୁଲ ସାଙ୍କସନ୍‌ ଆଡଭାଇସ୍‌ ପ୍ରଦାନ କରିଥିଲେ । ଏହି ଦୁଇଦିନିଆ ଏକ୍ସପୋକୁ ପ୍ରାୟ ୭୦୦ ବ୍ୟକ୍ତି ପରିଦର୍ଶନ କରି ଏହାକୁ ସଫଳ କରାଇଥିଲେ ।

Comments are closed.