www.samajalive.in
Saturday, December 6, 2025
19.1 C
Bhubaneswar

ସଂସ୍କାର ସୂଚୀ ଅଧୀନରେ ୟୁନିୟନ ବ୍ୟାଙ୍କକୁ ପୁରସ୍କାର

ମୁମ୍ବଇ: ଇଜ ୩.୦ ସଂସ୍କାର ସୂଚୀ ଅଧୀନରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆକୁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ନିମନ୍ତେ ଏହି ସୂଚୀ ଅଧୀନରେ ବ୍ୟାଙ୍କକୁ ଏକାଧିକ ପୁରସ୍କାର ମିଳିଛି। ଅଗଷ୍ଟ ୨୫ରେ ମୁମ୍ବଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡିକୁ ପୁରସ୍କୃତ କରିଥିଲେ। ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆକୁ ଗଭର୍ଣ୍ଣାନ୍ସ ଏବଂ ଫଳାଫଳ ଆଧାରିତ ମାନବ ସମ୍ବଳ, ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ଗ୍ରାହକ ସୁରକ୍ଷାକୁ ଅଧିକ ନିବିଡ କରିବା କ୍ଷେତ୍ରରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଏହା ସ୍ମାର୍ଟ ଋଣ ପ୍ରଦାନ, ପ୍ରଯୁକ୍ତି ବ୍ୟବହାର ଦ୍ୱାରା ବ୍ୟାଙ୍କିଙ୍ଗକୁ ସହଜ କରିବା କ୍ଷେତ୍ରରେ ଦ୍ୱିତୀୟ ରନର୍‍ ଅପ, ମୂଳାଧାର ଠାରୁ ୪୭% ଉନ୍ନତି ହାସଲ କରି ଉନ୍ନତି ବର୍ଗରେ ପ୍ରଥମ ରନର ଅପ୍‍ ଏବଂ ମୋଟାମୋଟି ପ୍ରଦର୍ଶନ କ୍ଷେତ୍ରରେ ଦ୍ୱିତୀୟ ରନର୍‍ ଅପ ପୁରସ୍କାର ଲାଭ କରିଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories