www.samajalive.in
Sunday, December 7, 2025
13.1 C
Bhubaneswar

ଭିଟାମିନ ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‍ସର

ହାଇଦରାବାଦ/ବଦ୍ଦେଶ୍ୱରମ: ଭାରତରେ ବିକଶିତ ହୋଇଛି ହାତ ତିଆରି ପେପର ସେନ୍‍ସର। ଦେଶରେ ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ କେଏଲ ଡିମ୍‍ଡ-ଟୁ-ବି ୟୁନିଭରସିଟି, ଏହି ଅନନ୍ୟ ହାତ ତିଆରି ପେପର ସେନ୍‍ସର ବିକଶିତ କରିଛି, ଯାହା ସଠିକ ଭାବରେ ଭିଟାମିନ ଡି ଅଭାବ ପରିମାପ କରିପାରିବ। ୟୁନିଭରସିଟିର ରସାୟନ ଶାସ୍ତ୍ର ବିଭାଗର ଡ. ପ୍ରଦୀପ କୁମାର ବ୍ରହ୍ମନ, ଏହି ଶିକ୍ଷା ପ୍ରତିଷ୍ଠାନ ଆନ୍ଧ୍ରପ୍ରଦେଶ କ୍ୟାମ୍ପସରେ ଜଣେ ଗବେଷିକା ସୁଶ୍ରୀ ତୁମ୍ମାଲା ଅନୁଷାଙ୍କୁ ନେଇ ଗଠିତ ଏକ ଦଳ ଦ୍ୱାରା ବିକଶିତ ଏହି ସେନ୍‍ସର ଭିଟାମିନ-ଡିର ତ୍ୱରିତ ଓ ଭରସାଯୋଗ୍ୟ ନିରୀକ୍ଷଣ ପାଇଁ ଉଦ୍ଦିଷ୍ଟ। ଏହି ପ୍ରଯୁକ୍ତି ଦୁର୍ଗମ ଅଞ୍ଚଳରେ ଥିବା ଛୋଟ ଛୋଟ କ୍ଲିନିକ, ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର,ଭୌଗୋଳିକ ଦୃଷ୍ଟିରୁ ଅପହଞ୍ଚ ସ୍ଥାନରେ ଥିବା ଚିକିତ୍ସା ସୁବିଧା ସୁଯୋଗ ଏବଂ କ୍ଷୁଦ୍ର ଚିକିତ୍ସା ପ୍ରଦାନକାରୀ କେନ୍ଦ୍ରଗୁଡିକୁ ସଂପ୍ରତି କୌଣସି ଅଧିକ ଉପକରଣ ଅଥବା ପ୍ରୟୋଗଶାଳା ବିନା ଭିଟାମିନ-ଡି ଅଭାବ ପରିମାପ କରିବା ପ୍ରକ୍ରିୟାଗୁ ସୁଗମ କରିବ।

ଏକ ପେପର ଇଲେକ୍‍ଟ୍ରୋଡକୁ ଏକ ନିର୍ଦ୍ଦିଷ୍ଟ ଆକାରରେ ଡିଜାଇନ କରାଯାଇ ଏବଂ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା କାଳି- କଣ୍ଟକ୍ଟିଭ ଇଙ୍କ୍‍ ବଳରେ ଏକ ଏ୪ ଫଟୋକପି କାଗଜରେ ଇଲେକଟ୍ରୋଡ ଶୈଳୀରେ ଛପାଯାଇ ବିକଶିତ କରାଯାଉଛି। ଉକ୍ତ କଣ୍ଡକ୍ଟିଭ ଇଙ୍କ୍‍ରେ କୋବାଲ୍‍ଟ-ସିଲଭର ଥିବା କୋପଲିମର-ଆୟନିକ ତରଳ ପଦାର୍ଥ ରହିଛି ଏବଂ ତାହା ଭିଟାମିନ ଡି ଅଭାବ ଠାବ କରିବାକୁ ଏକ ସେନ୍‍ସର ଭାବରେ କାର୍ଯ୍ୟ କରୁଛି। ଦୁଇଟି ସାଧାରଣ ଇଲେକ୍‍ଟ୍ରୋଡ ସହିତ ଏହି ଷ୍ଟ୍ରିପ୍‍ (ରେଫରେନ୍ସ ଓ କାଉଣ୍ଟର ଇଲେକ୍‍ଟ୍ରୋଡସ)କୁ ତାହାପରେ ଏକ ଭୋଲ୍‍ଟାମେଟ୍ରିକ ସେଲ୍‍ରେ ଇଲେକ୍‍ଟ୍ରୋଲାଇଟ ଦ୍ରବଣ ଥିବା ରୋଗୀଙ୍କର ସେରମ୍‍ ନମୁନାରେ ତାହାକୁ ବୁଡାଇ ଦିଆଯାଉଛି। ଏକ ସ୍ଥିର ଅବସ୍ଥାରେ ଏକ ଆମ୍ପିଅରୋମେଟ୍ରିକ ପରିମାପକୁ ଲିପିବଦ୍ଧ କରାଯାଉଛି। ସଂଗ୍ରହ କରାଯାଉଥିବା ସଦ୍ୟ ତଥ୍ୟ ଭିଟାମିନ-ଡି ଉପସ୍ଥିତି ସ୍ତର ସମ୍ପର୍କରେ ସୂଚନା ଦେଉଛି। ୩ ଟି ଇଲେକଟ୍ରୋଡକୁ ଏକ ପୋଟେନସିଓଷ୍ଟାଟ ସହିତ ସଂଯୁକ୍ତ କରାଯାଉଛି, ଯାହାକୁ ପୁନଶ୍ଚ ଏକ ମନିଟର ସହିତ ଯୋଡା ଯାଉଛି, ଯେଉଁ ମନିଟରରେ ପ୍ରୟୋଗଶାଳାର ଟେକ୍‍ନିସିଆନ ଭିଟାମିନ ଡି ସେନ୍‍ସରର ଫଳାଫଳ ଦେଖିପାରିବେ। ଏହି ପେପର ସେନ୍‍ସର ମୂଲ୍ୟ ପ୍ରାୟ ୪୦ରୁ ୫୦ ଟଙ୍କା ହେବ, ଅନ୍ୟପକ୍ଷରେ ହସପିଟାଲ ଏବଂ ପ୍ରୟୋଗଶାଳାଗୁଡିକରେ ବ୍ୟବସାୟିକ ସ୍ତରରେ ଭିଟାମିନ-ଡି ପରୀକ୍ଷଣ ପାଇଁ ଉପଲବ୍ଧ ସୁବିଧା ବାବଦ ଖର୍ଚ୍ଚ ୧୫୦୦ରୁ ୨୦୦୦ ଟଙ୍କା ପଡୁଛି। ଏହି ସେନ୍‍ସର ସଠିକତା ୯୪%ରୁ ଅଧିକ, ଯାହା ସଂପ୍ରତି ବ୍ୟବସାୟିକ ସୂତ୍ରରେ ଉପଲବ୍ଧ ପରୀକ୍ଷଣ ସୁବିଧା ସହିତ ସମାନ। ସେନ୍‍ସର ଫଳାଫଳ ଉତ୍ପନ୍ନ କରିବା ସହିତ ୩୦ ମିନିଟ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିଥାଏ ଏବଂ ଏହାଦ୍ୱାରା ରୋଗ ନିରୂପଣ କ୍ଷେତ୍ରରେ ମୂଲ୍ୟବାନ ସମୟ ସଞ୍ଚୟ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories