www.samajalive.in
Monday, December 8, 2025
14.1 C
Bhubaneswar

କମ୍‍ ଶକ୍ତି ବ୍ୟବହାର କରୁଥିବା ସ୍ମାର୍ଟ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପଭୋକ୍ତାଙ୍କର ପସନ୍ଦ

ମୁମ୍ବଇ: କମ୍‍ ଶକ୍ତି ବ୍ୟବହାର କରୁଥିବା ସ୍ମାର୍ଟ ଇଲେକଟ୍ରୋନିକ୍ସ ଉତ୍ପାଦ ସମ୍ପ୍ରତି ଉପଭୋକ୍ତାଙ୍କର ପ୍ରଥମ ପସନ୍ଦ ପାଲଟିଛି। ଏଥିପାଇଁ କମ୍ପାନୀଗୁଡିକ ପକ୍ଷରୁ ସମୟାନ୍ତରରେ ଅଭିନବ ଉତ୍ପାଦଗୁଡିକର ବଜାର ପ୍ରବେଶ କରାଯାଉଛି। ନିକଟରେ ବିପିଏଲ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ତିଶ୍ରୁତି ‘ହାପି ଲିଟିଲ ଥିଙ୍ଗ୍ସ’ ତତ୍ୱକୁ ଉପଯୋଗ କରି ତାହାର ନୂତନ ବର୍ଗର ଉତ୍ପାଦ ପ୍ରସ୍ତୁତ କରିଛି। ଏହି ବର୍ଗ ଡିଜାଇନର କ୍ଷୁଦ୍ରତମ ଅଂଶ ଉପରେ ଧ୍ୟାନ ଦେବା ସହିତ ସମଗ୍ର ଉତ୍ପାଦ ଉପରେ ମଧ୍ୟ ଅନୁରୂପ ଭାବରେ ଧ୍ୟାନ ଦେଇଛି। କମ୍ପାନୀ ବିଶ୍ୱାସ ଯେ ଏହା ଗ୍ରାହକଙ୍କ ଜୀବନରେ ନିଶ୍ଚିତ ଭାବରେ ପାର୍ଥକ୍ୟ ସୃଷ୍ଟି କରିବ। ଗ୍ରାହକମାନେ ଏବେ ବିପିଏଲ ଏସିର ବ୍ୟାପକ ଶ୍ରେଣୀ ମଧ୍ୟରୁ ପସନ୍ଦ କରିପାରିବେ ଯେଉଁଥିରେ ରହିଛି ଶକ୍ତିଶାଳୀ ୫ ଇନଟେକ୍ ଫିଲ୍ଟରେସନ ବୈଶିଷ୍ଟ୍ୟ। ଆଉ ମଧ୍ୟ ଅଫରରେ ଆଂଟି-ବ୍ୟାକ୍ଟେରିଆଲ ଓ ଆଂଟି-ଡଷ୍ଟ ଡେକୋରେଟିଭ ଫ୍ୟାନ ଉପଲବ୍ଧ ରହିଛି। ଖାଦ୍ୟପ୍ରିୟ ଉପଭୋକ୍ତାଙ୍କ ପାଇଁ ବିପିଏଲ ରେଫ୍ରିଜରେଟରର ନ୍ୟାଚୁରାଲ୍ ଫ୍ରେସ ଟେକ୍ନୋଲୋଜି ଏକ ବରଦାନ ସଦୃଶ। ତାହାସହିତ ଗ୍ରାହକମାନେ ଏବେ ଏପରି ଟିଭି ଚାହୁଁଛନ୍ତି ଯାହାକି ବ୍ୟବହାରରେ ସହଜ ଓ ସ୍ମାର୍ଟ ହୋଇଥିବ। ବିପିଏଲର ନୂଆ ରେଞ୍ଜର ୪କେ ଆଣ୍ଡ୍ରଏଡ ସ୍ମାର୍ଟ ଟିଭିରେ ଦର୍ଶକ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଚିତ୍ର ଦେଖିବା ସୁଯୋଗ ପାଉଛନ୍ତି। ବିପିଏଲର ୱାସିଂ ମେସିନଗୁଡିକ ଉପଲବ୍ଧ ରହିଛି ଯାହା ୩୦% ପର୍ଯ୍ୟନ୍ତ କମ୍ ପାଣିର ବ୍ୟବହାର କରିଥାଏ ଓ ସଫା କରିବାର ମାନ ମଧ୍ୟ ଉତ୍କୃଷ୍ଟ ରହିଥାଏ। ଶକ୍ତି ସଚେତନ ଗ୍ରାହକମାନେ ସ୍ମାର୍ଟଫୋନ ଜରିଆରେ ନିୟନ୍ତ୍ରଣ କରିହେଉଥିବା ମ୍ୟାଜିକ ସେନସର ଲାଇଟ, ବ୍ୟାପକ ଶ୍ରେଣୀର ଅଡିଓ ଡିଭାଇସ, କିଚେନ ଓ ହୋମ ଆପ୍ଲିଆନସେସ୍, ପର୍ସନାଲ୍ କେୟାର ଇଲେକଟ୍ରୋନିକ୍ସର ବ୍ୟାପକ ସମ୍ଭାର ମଧ୍ୟରୁ ଗ୍ରାହକ ନିଜ ପସନ୍ଦର ଉତ୍ପାଦକୁ ବାଛି ପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories