www.samajalive.in
Saturday, December 6, 2025
26.1 C
Bhubaneswar

ମାଆର ଶବ ସତ୍କାର କରି ଫେରୁଥିବା ସମୟରେ ସଡକ ଦୁର୍ଘଟଣାରେ ଝିଅର ମୃତ୍ୟୁ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ କାର ପିଟି ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତକ ହେଲେ ଜ୍ୟୋତିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାନୁଶ୍ରୀ ପ୍ରଧାନ(୫୩)।
ମିଳିଥିବା ସୂଚନାରୁ ଜଣାଯାଏ ଯେ ଘାଘରବେଡା ଥାନା ଅନ୍ତର୍ଗତ ଗୁଲାମସାହିର ମାନୁଶ୍ରୀ ପ୍ରଧାନ ଏବଂ ତାଙ୍କ ବଡ ଭଉଣୀ ଚମ୍ପୁଆ ଥାନା କରଞ୍ଜିଆ ଗ୍ରାମର ମାୟାରାଣୀ ପ୍ରଧାନଙ୍କ ମାଆ ରୁକ୍ମଣୀ ପ୍ରଧାନ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୁତ୍ୟୁ ହୋଇଯାଥିଲା। ଦୁଇ ଭଉଣୀ ମାଆଙ୍କ ଶବକୁ କଟକ ବଡ ଡାକ୍ତରଖାନାରୁ ନେଇ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରି ନିଜ ନିଜ ଗ୍ରାମକୁ ଫେରୁଥିଲେ।
ରାତ୍ରୀ ୩ ସମୟରେ ତାଙ୍କ ଗାଡିଟି ବାରିଆ ଗ୍ରାମ ନିକଟରେ ପହଞ୍ଚି ଥିବା ସମୟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ମାନୁଶ୍ରୀ ପ୍ରଧାନ(୫୩)ଙ୍କ ମୃତ୍ୟୁ ହୋଇଯାଇଥିଲା। ମାନୁଶ୍ରୀଙ୍କ ବଡଭଉଣୀ ମାୟାରାଣୀ ପ୍ରଧାନ(୫୬) ଙ୍କ ଗୋଡ ଏବଂ ହାତ ଭାଙ୍ଗି ଯାଇଥିଲା। ମାୟାରାଣୀ ପ୍ରଧାନ ମଣ୍ଡମା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣାଯାଇଛି। ଗାଡିର ଚାଳକ ଅରୁଣ କୁମାର ମୁଖାର୍ଜୀ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ପ୍ରଚଣ୍ଡ ଶଦ୍ଦ ହୋଇଥିଲା ଏହି ଶଦ୍ଦକୁ ଶୁଣି ବାରିଆ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଗ୍ରାମବାସୀ ଗାଡିକୁ ଦେଖିବା ସହିତ ଗାଡିରେ ଆହତ ଅବସ୍ଥାରେ ରହି ଛଟ ପଟ ହେଇଥିବା ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସେବା ଆମ୍ବୁଲାନ୍ସ ଡକାଇ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ପଠାଇବା ସହିତ ବାରିଆ ଆରକ୍ଷୀଙ୍କୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରିଥିଲେ। ବାରିଆ ଥାନା ଆରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ତୁରନ୍ତ ଚିକିତ୍ସାର ନିମନ୍ତେ ପଠାଇବାର ବ୍ୟବସ୍ଥା କରିବା ସହିତ ଏକ ମାମଲା ରୁଜୁ କରିବା ପରେ ଦୁର୍ଘଟଣା ଗ୍ରସ୍ଥ ଗାଡିକୁ ଜବତ କରିଛନ୍ତି। ମାନୁଶ୍ରୀ ପ୍ରଧାନ ଜ୍ୟୋତିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରେ ଯୋଗଦାନ କରିବା ଦିନଠାରେ ସ୍କୁଲର ରୂପରେଖକୁ ପରିବର୍ତ୍ତିନ କରିଆଣୁଥିଲେ। ସେ ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷୟତ୍ରୀ ଭାବେ ପରିଗଣିତ ହେଉଥିଲେ। ପ୍ରଧାନ ଶିକ୍ଷୟତ୍ରୀଙ୍କ ବିୟୋଗ ଖବର ଶୁଣି ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories